Latest Odisha News

BREAKING NEWS

ତାଲିବାନ ନେତା ମୁଲ୍ଲା ବରାଦରଙ୍କ ସହ ଚୁପଚାପ ସାକ୍ଷତ କଲେ ସିଆଇଏ ଡାଇରେକ୍ଟର !

କାବୁଲ: ଆଫଗାନିସ୍ତାନ ଅଶାନ୍ତ ପଛରେ ଆମେରିକାର ଭୂମିକାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି । ଆଜି ସିଆଇଏ ଡାଇରେକ୍ଟର ୱିଲିୟମ ଜେ ବର୍ଣ୍ଣସ ତାଲିବାନର ଶୀର୍ଷ ନେତା ଅବଦୁଲ ଗନୀ ବରାଦରଙ୍କ ସହ ଗୁପ୍ତ ବୈଠକ କରିଛନ୍ତି । ଫଳରେ ଆମେରିକାର ଭୂମିକା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଆଫଗାନିସ୍ତାନ କବଜା କରିବା ପରେ ତାଲିବାନ ଓ ଆମେରିକା ମଧ୍ୟରେ ଏହା ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ ଭାବେ ବିବେଚନା କରାଯାଉଛି ।

ତାଲିବାନ ୩୧ ଅଗଷ୍ଟ ସୁଦ୍ଧା ଆମେରିକାକୁ ଆଫଗାନିସ୍ତାନ ଛାଡିବା ପାଇଁ ଧମକ ଦେଇଛି । କାବୁଲରୁ ସୁରକ୍ଷିତ ଭାବେ ଲୋକମାନଙ୍କୁ କଢ଼ା ଯାଉଥିବା ନେଇ ତାଲିବାନ ଆମେରିକା ଉପରେ ଅସନ୍ତୁଷ୍ଟ ହୋଇପଡିଛି । ୱାଶିଂଟନ ପୋଷ୍ଟରେ ଏହି ଖବର ପ୍ରକାଶ ପାଇବା ପରେ ଆମେରିକା ଏବଂ ବାଇଡେନ ସରକାର ସନ୍ଦେହ ଘେରକୁ ଆସି ଯାଇଛନ୍ତି ।

Leave A Reply

Your email address will not be published.