Latest Odisha News

BREAKING NEWS

ଗୀତା କହିବାକୁ ନେଇ ବିବାଦ ଘେରରେ ଫିଲ୍ମ ‘ଓପେନହାଇମର’: ଦର୍ଶକ କହିଲେ-‘ଏହା ହିନ୍ଦୁ ଧର୍ମର ଅସମ୍ମାନ’

ହିନ୍ଦୀରେ ଡବିଂ ହୋଇଥିବା ଇଂରାଜୀ ଚଳଚ୍ଚିତ୍ର 'ଓପେନହାଇମର' ରିଲିଜ ହେବାର ଦୁଇ ଦିନ ବିତିଗଲାଣି । ଫିଲ୍ମଟି ଭାରତୀୟ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି ।

ମୁମ୍ବାଇ: ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ହଲିଉଡ଼ ଚଳଚ୍ଚିତ୍ର ଓପେନହାଇମର । ଦୁନିଆର ସବୁଠୁ ବଡ ନିର୍ଦ୍ଦେଶକ କ୍ରିଷ୍ଟୋଫର ନୋଲନ ଫିଲ୍ମ ‘ଓପେନହାଇମର’ ସହିତ ବକ୍ସ ଅଫିସରେ ଧମାଲ କରିଛନ୍ତି। ରିଲିଜ ହେବା ପରେ ୨୦୨୩ର ଏହା ସବୁଠୁ ବଡ଼ ଫିଲ୍ମ କୁହାଯାଉଥିବା ବେଳେ ଏହାର କ୍ରେଜ ସାରା ଭାରତରେ ଦେଖିବ‌ାକୁ ମିଳିଛି। ଏହାର କାରଣ ହେଉଛି ଫିଲ୍ମରେ ସସପେନ୍ସ ଭରା କାହାଣୀ, ଦମଦାର ଅଭିନୟ ଏବଂ ଶ୍ରୀମଦ ଭାଗବତର କିଛି ବାକ୍ୟ ଫିଲ୍ମରେ ସ୍ଥାନ ପାଇବା। କିନ୍ତୁ ‘ଓପେନହାଇମର’ ଦେଖିବା ପରେ ଅନେକ ଲୋକ ଏଥିରେ ଥିବା ଏକ ଦୃଶ୍ୟକୁ ନେଇ ଆପତ୍ତି ଉଠାଉଛନ୍ତି।

BjdElectrycity

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ପାଇଁ ପରମାଣୂ ବୋମା ପ୍ରସ୍ତୁତ କରିଥିବା ପଦାର୍ଥ ବିଜ୍ଞାନୀ ଜେ. ରବର୍ଟ ଓପନହାଇମରଙ୍କ ଜୀବନୀ ଉପରେ ପର୍ଯ୍ୟବେଶିତ ହୋଇଛି ଏହି ଫିଲ୍ମ। ଓପନହାଇମର ଲସ ଏଞ୍ଜେଲସ୍ ଲାବୋରଟାରିର ମୁଖ୍ୟ ଏବଂ ‘ମନହଟ୍ଟନ’ ପ୍ରୋଜେକ୍ଟର ଏକ ମୁଖ୍ୟ ସଦସ୍ୟ ଥିଲେ । ଯେଉଁ ଟିମ୍ ଆମେରିକା ପାଇଁ ପରମାଣୂ ବୋମା ପ୍ରସ୍ତୁତ କରିଥିଲେ । ଅଗଷ୍ଟ ୬ ଏବଂ ୯, ୧୯୪୫ରେ, ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ଆମେରିକା ଜାପାନର ନାଗାସାକି ଉପରେ ପରମାଣୁ ବୋମା ପକାଇଥିଲା । ଏହି ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଥିଲେ । ଏହି ଘଟଣାରୁ ବାହାରିବାକୁ ଜାପାନକୁ ଅନେକ ବର୍ଷ ଲାଗିଥିଲା । ଏହାର ଅଂଶ ଚଳଚ୍ଚିତ୍ର ‘ଓପେନହାଇମର’ରେ ଦର୍ଶାଯାଇଛି ଯେ, କିପରି ଜଣେ ବ୍ୟକ୍ତିର ଇଚ୍ଛା ମାନବ ଜୀବନର ବିନାଶର କାରଣ ହୋଇପାରେ । ତେବେ ଓପେନହାଇମରରେ ସିଲିୟନ୍ ମର୍ଫି ଏବଂ ରୋବର୍ଟ ଡ଼ାଉନି ଜୁନିୟର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଜେ ରୋବର୍ଟ ଓପେନହାଇମର ଭୂମିକାରେ ସିଲିୟନ୍ ମର୍ଫିଙ୍କ ଅଭିନୟକୁ ଲୋକମାନେ ବେଶ ପସନ୍ଦ କରିଛନ୍ତି ।

କିନ୍ତୁ ଫିଲ୍ମରେ ଦେଖିବାକୁ ମିଳିଛି ଯେ, ଓପେନହାଇମରଙ୍କ ଚରିତ୍ରରେ ନଜର ଆସୁଥିବା ଲୋକପ୍ରିୟ ଅଭିନେତା ସିଲିୟନ ମର୍ଫି ନିଜ ପ୍ରେମିକାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ବେଳେ ଗୀତା ପଢ଼ୁଛନ୍ତି। ଏଭଳି ଶାରୀରିକ ସମ୍ପର୍କ ରଖୁଥିବା ବେଳେ ଗୀତା ପଢ଼ୁଥିବାର ଦୃଶ୍ୟ ରଖିଥିବାରୁ ଲୋକେ ନିର୍ଦ୍ଦେଶକ କ୍ରିଷ୍ଟୋଫର ନୋଲନଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଏହି ଦୃଶ୍ୟକୁ ନହଟାଇ ଭାରତରେ ରିଲିଜ୍ କରିବାର ଅନୁମତି ଦେଇଥିବାରୁ ଅନେକ ଲୋକ ସେନ୍ସର ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି)କୁ ମଧ୍ୟ ସମାଲୋଚନା କରୁଛନ୍ତି।

Leave A Reply

Your email address will not be published.