Latest Odisha News

ସଂସଦର ସୁରକ୍ଷା ଦାୟିତ୍ବ ନେବ ସିଆଇଏସ୍ଏଫ: ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ଉଲ୍ଲଂଘନ ପରେ ସରକାର ବର୍ତ୍ତମାନ ସମଗ୍ର କମ୍ପ୍ଲେକ୍ସର ସୁରକ୍ଷା ଦାୟିତ୍ବ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍ଏଫ୍) କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୁଧବାର ସଂସଦ ଗୃହ କମ୍ପ୍ଲେକ୍ସର ଏକ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛି ଯାହା ଦ୍ବାରା ବ୍ୟାପକ ଭିତ୍ତିରେ ସିଆଇଏସ୍ଏଫ୍ ସୁରକ୍ଷା ଏବଂ ଅଗ୍ନିଶମ ବିଭାଗ କୁ ନିୟମିତ ନିୟୋଜନ କରାଯାଇପାରିବ ।

କେନ୍ଦ୍ର ସରକାର ଙ୍କ ମନ୍ତ୍ରଣାଳୟର ସୁରକ୍ଷା କରୁଥିବା ସିଆଇଏସ୍ଏଫ୍ ର ସରକାରୀ ବିଲଡିଂ ସିକ୍ୟୁରିଟି (ଜିବିଏସ୍) ୟୁନିଟ ର ବିଶେଷଜ୍ଞ ତଥା ବର୍ତ୍ତମାନର ସଂସଦ ସୁରକ୍ଷା ଦଳର ଅଧିକାରୀମାନେ ଏହି ସପ୍ତାହ ଶେଷରେ ସର୍ଭେ ଆରମ୍ଭ କରିବେ ।

ସୂଚନା ଅନୁସାରେ, ଉଭୟ ନୂତନ ଏବଂ ପୁରାତନ ସଂସଦ କମ୍ପ୍ଲେକ୍ସ ଏବଂ ସେମାନଙ୍କ ସହ ଜଡିତ ଅଟ୍ଟାଳିକାକୁ ସିଆଇଏସ୍ଏଫ୍ ର ବ୍ୟାପକ ସୁରକ୍ଷା କବଳରେ ରଖାଯିବ । ଯେଉଁଥିରେ ସଂସଦ ସୁରକ୍ଷା ସେବା (ପିଏସ୍ଏସ୍), ଦିଲ୍ଲୀ ପୋଲିସ ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ (ସିଆରପିଏଫ)ର ସଂସଦ ଡ୍ୟୁଟି ଗ୍ରୁପ୍ (ପିଡିଜି) ମଧ୍ୟ ସାମିଲ ହେବ ।

ସିଆଇଏସଏଫ ହେଉଛି ଏକ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ଫୋର୍ସ (ସିଏପିଏଫ) ଯାହା ବର୍ତ୍ତମାନ ପରମାଣୁ ଏବଂ ଏରୋସ୍ପେସ୍ ଡୋମେନ୍ ର ବିମାନବନ୍ଦର ଏବଂ ଦିଲ୍ଲୀ ମେଟ୍ରୋ ଅଧୀନରେ ଥିବା ପ୍ରତିଷ୍ଠାନ ତଥା ଜାତୀୟ ରାଜଧାନୀରେ ଅନେକ କେନ୍ଦ୍ରୀୟ ମନ୍ତ୍ରଣାଳୟର ଅଟ୍ଟାଳିକାକୁ ଜଗିଥାଏ ।

 

Leave A Reply

Your email address will not be published.