Latest Odisha News

BREAKING NEWS

ପାପା ଶାହାରୁଖଙ୍କ ଡଙ୍କି ଦେଖିବା ପରେ କିଛି ଏପରି ଥିଲା ପୁଅ ଅବରାମଙ୍କ ପ୍ରତିକ୍ରିୟା, କିଙ୍ଗଖାନ୍ କଲେ ଖୁଲାସା

ମୁମ୍ବାଇ: ‘ପଠାନ୍‌’ ଏବଂ ‘ଜଓ୍ବାନ୍‌’ ପରେ କିଙ୍ଗ୍‌ ଖାନ୍‌ଙ୍କ ‘ଡଙ୍କି’ ଏବ ବଡ଼ ପରଦାରେ ରିଲିଜ ହୋଇଛି। ଆଡଭାନ୍ସ ବୁକିଂରେ ପ୍ରଥମରୁ ଏହା ରେକର୍ଡ କରିଥିବା ବେଳେ ଏବେ ଦର୍ଶକଙ୍କ କ୍ରେଜ୍‌ ଦ୍ୱିଗୁଣିତ ହୋଇଛି। କାହାଣୀଟି ପସନ୍ଦ ଆସୁଥିବାରୁ ବ୍ୟବସାୟରେ ‘ଡଙ୍କି’ ରେକର୍ଡ କରିବ ବୋଲି ସମୀକ୍ଷକମାନେ ଅନୁମାନ କରିଛନ୍ତି। ତେବେ ପ୍ରଶଂସକଙ୍କ ପାଇଁ ଗୋଟିଏ ବର୍ଷରେ ତିନି ତିନୋଟି ହିଟ ଫିଲ୍ମ ଭେଟି ଦେବା ସହ ପ୍ରଶଂସକଙ୍କ ସହ ସବୁବେଳେ ବାର୍ତ୍ତଳାପ କରିଥାନ୍ତି ଅଭିନେତା କିଙ୍ଗ୍ ଖାନ ।

ଡଙ୍କିର ପ୍ରମୋଶନ ବେଳେ ମଧ୍ୟ ଶାହାରୁଖ ତାଙ୍କର ପ୍ରଶଂସକଙ୍କ ପାଇଁ କିଛି ସମୟ ବାହାର କରି ତାଙ୍କ ସହ ବାର୍ତ୍ତଳାପ କରିଥିଲେ । ସେତେବେଳେ ସେ ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଡଙ୍କି ଉପରେ ତାଙ୍କ ପତ୍ନୀ ଗୌରୀ ଖାନ ଏବଂ ପୁଅ ଅବରାମଙ୍କ ପ୍ରତିକ୍ରିୟା କ’ଣ ଥିଲା ବୋଲି ଶାହାରୁଖ କହିଥିଲେ । ବୁଧବାର ସନ୍ଧ୍ୟାରେ ଶାହରୁଖ ଖାନ ତାଙ୍କ ପ୍ରଶଂସକଙ୍କ ପାଇଁ ‘ଆସ୍କ ଏସଆରକେ’ ନାମକ ଏକ ଅଧିବେଶନ ଆୟୋଜନ କରିଥିଲେ, ଯେଉଁଠାରେ ତାଙ୍କର ଜଣେ ପ୍ରଶଂସକ କିଙ୍ଗ ଖାନଙ୍କୁ ପଚାରିଥିଲେ ଯେ ସେ ତାଙ୍କ ପୁଅ ଅବରାମଙ୍କୁ କେତେବେଳେ ଫିଲ୍ମ ଦେଖାଉଛନ୍ତି । ଶାହାରୁଖ ଖାନ ଏହି ପ୍ରଶ୍ନର ଉତ୍ତର ନିଜ ଶୈଳୀରେ ଦେଇ କହିଛନ୍ତି  ଯେ, ଅବରାମ ଫିଲ୍ମ ଦେଖି ସାରିଛି । ଆଉ ସେ ସବୁ ବେଳେ ଗୀତ ମଧ୍ୟ ଗାଉଛି ଯେ, ‘ମୁଝେ ଲାଭାଟୋରୀ ଜାନା ହୈ’ ।

ସେହିପରି ତାଙ୍କର ଅନ୍ୟ ଜଣେ ପ୍ରଶଂସକ ଶାହରୁଖ ଖାନକୁ ଚଳଚ୍ଚିତ୍ର ଡଙ୍କି ଉପରେ ତାଙ୍କ ପତ୍ନୀ ଗୌରୀ ଖାନଙ୍କ ପ୍ରତିକ୍ରିୟା ବିଷୟରେ ପଚାରିଥିଲେ। ଯାହାକୁ ନେଇ ଶାହାରୁଖ କହିଛନ୍ତି- ଏହି ଫିଲ୍ମ ଦେଖିବା ପରେ ସେ କହିଥିଲେ ଯେ ସେ ଗର୍ବିତ। ଏହା ବ୍ୟତୀତ ଶାହାରୁଖ ଖାନଙ୍କ ଡଙ୍କି ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ସହ-ନିର୍ମାତା ରାଜକୁମାର ହିରାନୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି।

 

Leave A Reply

Your email address will not be published.