Latest Odisha News

BREAKING NEWS

ହାନୀକାରକ ମାଞ୍ଜାସୂତା ବ୍ୟବହାର ନକରିବା ପାଇଁ କମିଶନରେଟ ପୋଲିସର ଅପିଲ

ଭୁବନେଶ୍ଵର: ସୋମବାର ମକର ସଂକ୍ରାନ୍ତି ରହିଛି । ଏଥିଲାଗି ଗାଁଠୁ ସହର ଉତ୍ସବମୂଖର ହୋଇଉଠିଛି । ସବୁଠି ଗୁଡି ଉଡାକୁ ନେଇ ପ୍ରସ୍ତୁତି ଚାଲିଥିବାବେଳେ ଗୁଡି ଉଡାଇବାବେଳେ ମାଞ୍ଜା ସୂତା ବ୍ୟବହାର ନକରିବାକୁ ଅପିଲ କରାଯାଇଛି । ଏହି ସୂତା ଅନେକ ଲୋକଙ୍କ ଜୀବନ ନେଇଥାଏ । ତେଣୁ ଗୁଡ଼ି ଉଡାଇବା ବେଳେ ମାଞ୍ଜା ସୂତା ବ୍ୟବହାର ନକରିବାକୁ ଅପିଲ କରିଛି କମିଶନରେଟ୍ ପୋଲିସ ।

ଏହାସହ ଗୁଡ଼ି ଉଡ଼ାଇବା ବେଳେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ପାଇଁ ଓଡ଼ିଶା ପୋଲିସ ସାଧାରଣ ଲୋକମାନଙ୍କୁ ସତର୍କ କରାଇ ଦେଇଛି । ସତର୍କତା ଅବଲମ୍ବନ କରି ଗୁଡ଼ି ଉଡ଼ାଇବା ପାଇଁ ପରାମର୍ଶ ଦେଇଛି ଓଡ଼ିଶା ପୋଲିସ । ମାଞ୍ଜା ସୂତା ବ୍ୟବହାର କରିବା କିମ୍ବା ବିକ୍ରି କରିବା ଆଇନଗତ ଅପରାଧ, ତେଣୁ ଏହାର ବିକଳ୍ପ ଭାବରେ ଗୁଡ଼ିରେ ସାଧାରଣ ସୂତା ବ୍ୟବହାର କରିବା ପାଇଁ ଓଡ଼ିଶା ପୋଲିସପକ୍ଷରୁ ସାଧାରଣ ଲୋକମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି ।

ପ୍ରକାଶଯୋଗ୍ୟ, ଗତବର୍ଷ ଜାନୁଆରୀ ୧୧ ତାରିଖରେ ଖଣ୍ଡଗିରି ଥାନା ଡୁମଡୁମା ଅଞ୍ଚଳରେ ଏକ ଅଘଟଣ ଘଟିଥିଲା । ଡୁମଡୁମା ପାଲା ମଣ୍ଡପ ନିକଟରେ ସ୍ବୟଂ ରାୟ ଚୌଧୁରୀ ନାମକ ଯୁବକଙ୍କ ବେକରେ ଲାଗିଥିଲା ମାଞ୍ଜା ସୂତା । ସ୍କୁଟିରେ ଯାଉଥିବା ବେଳେ ଯୁବକଙ୍କ ବେକରେ ଏହି ସୂତା ଗୁଡେଇ ହୋଇ ଯିବାରୁ ସେ ଗୁରୁତର ଆହତ ହୋଇଥିଲେ । ସେହିପରି ଏୟାରପୋର୍ଟ ରୋଡରେ ପୋଖରିପୁଟ ଅଞ୍ଚଳରେ ଜଣେ ଲୋକ ଆସୁଥିବା ବେଳେ ମଧ୍ୟ ଗୁଡି ସୂତା ଲାଗି ତାଙ୍କ ବେକ କଟି ଯାଇଥିଲା । ସେ ଗୁରୁତର‌‌ ଆହତ ହୋଇ ପରେ‌ ସୁସ୍ଥ ହୋଇଥିଲେ ।

Leave A Reply

Your email address will not be published.