Latest Odisha News

BREAKING NEWS

ବଢିଲେ କୁମ୍ଭୀର, କମିଲେ ପକ୍ଷୀ: ସରିଲା ସାତକୋଶିଆ-ଭିତରକନିକା କୁମ୍ଭୀର ଓ ପକ୍ଷୀ ଗଣନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭ୍ୟୟାରଣ୍ୟର କୁମ୍ଭୀର ଓ ପକ୍ଷୀ ଗଣନା ତାଲିକା ପ୍ରକାଶ ପାଇଛି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ବଢିଛି । ସେପଟେ ସାତକୋଶିଆରେ ପକ୍ଷୀଙ୍କ ସଂଖ୍ୟା କମିଥିବା ବେଳେ ନୂଆ ପ୍ରଜାତିର ପକ୍ଷୀ ସାତକୋଶିଆ ଆସିନଥିବା ଜଣାପଡିଛି ।

ସାତକୋଶିଆ ଡିଏଫଓ ସରୋଜ କୁମାର ପଣ୍ତାଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଗତ ବର୍ଷ ମଗରଙ୍କ ସଂଖ୍ୟା ୮୧ ଥିଲା ଯାହା ଚଳିତ ବର୍ଷ ବୃଦ୍ଧି ପାଇ ୯୭ରେ ପହଞ୍ଚିଛି । ଘଡ଼ିଆଳଙ୍କ ସଂଖ୍ୟା ୭ରୁ ୧୪କୁ ବୃଦ୍ଧି ପାଇଛି । ସେହିପରି ଗତ ବର୍ଷ ପକ୍ଷୀଙ୍କ ସଂଖ୍ୟା ୩୮୦୦ ଥିବା ଯାହା ଚଳିତ ବର୍ଷ ହ୍ରାସ ପାଇ ୩୩୦୦ରେ ପହଞ୍ଚିଛି । ସାତକୋଶିଆରେ ଚଳିତ ବର୍ଷ ମୋଟ ୧୧୧ଟି କୁମ୍ଭୀର ଠାବ କରାଯାଇଛି, ଗତବର୍ଷ ୯୦ଟି କୁମ୍ଭୀର ଠାବ କରାଯାଇଥିଲା । ସେହିପରି ଗତ ବର୍ଷ ୬୩ଟି ପ୍ରଜାତିର ୩ ହଜାର ୮୭୮ଟି ପକ୍ଷୀ ସାତକୋଶିଆକୁ ଆସିଥିଲେ । ତେବେ ଚଳିତ ବର୍ଷ ପୂର୍ବ ବର୍ଷ ଅପେକ୍ଷା ୫୪୮ଟି କମ ପକ୍ଷୀ ଆସିଥିବା ଜଣାପଡିଛି ।

ସେହିପରି ଭିତରକନିକାରେ ମଧ୍ୟ କୁମ୍ଭୀର ସଂଖ୍ୟା ବଢିଛି । ଗତବର୍ଷ ୧୭୯୩ କୁମ୍ଭୀର ଗଣନା କରାଯାଇଥିବା ବେଳେ ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ୧ହଜାର ୮୧୧ରେ ପହଞ୍ଚିଛି । ଅର୍ଥାତ ଗତବର୍ଷ ଠାରୁ ଏବର୍ଷ ୧୮ କୁମ୍ଭୀର ଅଧିକ ଥିବା ଚଳିତ ବର୍ଷର କୁମ୍ଭୀର ଗଣନା ରିପୋର୍ଟ ଜଣାପଡ଼ିଛି । ଭିତରକନିକାରେ କୁମ୍ଭୀର ଗଣନା ଲାଗି ୨୨ଟି ଟିମ୍ ନିୟୋେଜିତ ହୋଇଥିଲେ। ୫୧ଟି ସେଗମେଣ୍ଟରେ କୁମ୍ଭୀର ଗଣନା ହୋଇଥିଲା।

 

Leave A Reply

Your email address will not be published.