Latest Odisha News

BREAKING NEWS

ନୀରସ ହେଉଛି ଇଣ୍ଡିଆନ ପ୍ରିମିୟର ଲିଗ !

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସିଜନକୁ ସବୁଠାରୁ ଲୋକପ୍ରିୟ ହେବ ବୋଲି ବିିିସିସିଆଇ ପକ୍ଷରୁ କୁହାଯାଇଥିଲା । ମାତ୍ର ଏ ପର୍ଯ୍ୟନ୍ତର ରିପୋର୍ଟକୁ ବିଚାରକୁ ନେଲେ ଏହା ନୈରାଶ୍ୟଜନକ ରହିଛି । ଗତ ସଂସ୍କରଣଗୁଡିକ ତୁଳନାରେ ଏଥର ଭ୍ୟୁୟରଶିପ ବହୁ ତଳକୁ ଖସି ଆସିଛି । ଯାହାକି ଚିନ୍ତାର କାରଣ । କ୍ରମାଗତ ପ୍ରୋମୋ ଏବଂ ବିଜ୍ଞାପନ ସତ୍ୱେ ରେଟିଂ ଏବଂ ଭ୍ୟୁୟରଶିପ ନୈରାଶ୍ୟଜନକ ରହିଛି । ମିଡିଆ ରିପୋର୍ଟ ଅନୁସାରେ ପ୍ରଥମ ୮/୧୦ ମ୍ୟାଚରେ ଟିଭି ରେଟିଂ ୨.୫୨ ରହିଛି । ୨୦୨୧ରେ ଏହା ୩.୭୫, ୨୦୨୦ରେ ୩.୮୫ ରହିଥିଲା ।

ସେହିପରି ଭ୍ୟୁୟରଶିପ ୨୨୯.୦୬ ମିଲିୟନ ରହିଛି । ଯାହାକି ପୂର୍ବ ବର୍ଷ ତୁଳନାରେ କମ । ୨୦୨୧ରେ ଏହା ୨୬୭.୭ ରହିଥିଲା । ବିସିିସିଆଇ ମିଡିଆ ରାଇଟ୍ସ ପାଇଁ ଟେଣ୍ଡର ଜାରୀ କରିଛି । ତେବେ କମ ଭ୍ୟୁୟରଶିପ ଏହା ଉପରେ ପ୍ରଭାବ ପକାଇବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.