Latest Odisha News

BREAKING NEWS

ନିର୍ବାଚନ ପରବର୍ତ୍ତୀ ହିଂସା: ଦୁଇ ଗୋଷ୍ଠୀ ପିଟାପିଟି, ୬ରୁ ଅଧିକ ଆହତ

କଟକ: ବାଙ୍କି ଥାନା ଅନ୍ତର୍ଗତ ବେଦପୁର ଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ଏଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏହି ଘଟଣାରେ ୬ରୁ ଅଧିକ ଆହତ ହୋଇଥିବା ଖବର ମିଳିଛି। ଆହତମାନଙ୍କୁ ବାଙ୍କି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଗତକାଲି କୌଣସି କଥାକୁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ବିଜେଡି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ପିଟାପିଟି ଆରମ୍ଭ ହୋଇଥିଲା। ଫଳରେ ଗୋଷ୍ଠୀ ସଂଘର୍ଷରେ ୬ରୁ ଅଧିକ ଆହତ ହୋଇଛନ୍ତି। ଆହତମାନେ ଉଭୟ ଗୋଷ୍ଠୀର ହୋଇଥିବା ଜଣାଯାଇଛି। ଆହତମାନଙ୍କୁ ବାଙ୍କି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗୋଷ୍ଠୀ ସଂଘର୍ଷ ପରେ ବିଜେଡି ଓ କଂଗ୍ରେସ କର୍ମୀମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ କଟକ-ବାଙ୍କୀ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତରୋକ ହଟିଥିଲା। ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ଅନ୍ୟପଟେ ଏନେଇ ବିଜେଡି କିମ୍ବା କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Leave A Reply

Your email address will not be published.