Latest Odisha News

BREAKING NEWS

କେନ୍ଦ୍ରାପଡାରେ ଅଟୋ ଓଲଟି ୨ୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଧିନସ୍ଥ ଗାରା ଛକ ନିକଟରେ ଶନିବାର ସକାଳେ ଏକ ଅଟୋ ରିକ୍ସା ଓଲଟି ଯିବାରୁ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟିଛି।

ଏହି ଘଟଣାରେ ଆଉ ୪ ଜଣ ଛାତ୍ର ଓ ଜଣେ ଶିକ୍ଷୟତ୍ରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଅଟୋ ରିକ୍ସାଟି ୧୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଓଡ଼ପଡା ସ୍ଥିତ ଶିଶୁମନ୍ଦିରକୁ ଯାଉଥିଲା । ହଠାତ ଅଟୋ ଚାଳକ ଜଣଙ୍କ ଗାଡିରୁ ନିୟନ୍ତ୍ରଣ ହରାଇବାରୁ ଏହା ରାସ୍ତାରେ ଓଲଟି ଯାଇଥିଲା। ଯାହାଫଳରେ ଘଟଣାସ୍ଥଳରେ ହିଁ ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟିଛି । ଅଟୋ ଚାଳକ ଜଣଙ୍କ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି।

ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଓଲଟି ଯାଇଥିବା ଅଟୋ ଭିତରୁ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ପଟ୍ଟାମୁଣ୍ଡାଇ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି ।

ଉତ୍ତେଜିତ ସ୍ଥାନୀୟ ଲୋକ ମାନେ ଅଟୋ ରିକ୍ସାଟିରେ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି ।

ତେବେ ଫେରାର ଗାଡି ଚାଳକଙ୍କୁ ଧରିବାକୁ ଚେଷ୍ଟା କରୁଥିବା ପୋଲିସ କହିଛି ।

Leave A Reply

Your email address will not be published.