Latest Odisha News

BREAKING NEWS

ଝାଡ଼ଖଣ୍ଡ ନିର୍ବାଚନ: ଦିନ ୩ଟା ସୁଦ୍ଧା ୫୯.୨୭ % ମତଦାନ

ଋାଞ୍ଚି: ଆଜି ଝାଡ଼ଖଣ୍ଡ ବିଧାନସଭା ଲାଗି ୨୦ଟି ନିର୍ବାଚନ ମଣ୍ଡଳୀରେ ଭୋଟଗ୍ରହଣ ଅନୁଷ୍ଠିତ ହୋଇଯାଇଛି । ଆଜି ଦିନ ୩ଟା ସୁଦ୍ଧା ଏହି ୨୦ଟି ବିଧାନସଭା ଆସନର ସମସ୍ତ ପୋଲିଂ ବୁଥରେ ୫୯.୨୭ % ମତଦାନ ଅନୁଷ୍ଠିତ ହୋଇଯାଇଛି ।

ଆଜି କେତେକ ନିର୍ବାଚନ ମଣ୍ଡଳୀରେ କାଁଭାଁ ଉତ୍ତେଜନାକୁ ଛାଡ଼ିଦେଲେ ପ୍ରାୟ ସମସ୍ତ ନିର୍ବାଚନ ମଣ୍ଡଳୀରେ ଶାନ୍ତି ଶୃଙ୍ଖଳାର ସହିତ ଭୋଟ ଗ୍ରହଣ ହୋଇଥିବାର ସୂଚନା ମିଳିଛି ।

ଝାଡ଼ଖଣ୍ଡରେ ଶନିବାର ଦିନ ୨ୟ ପର୍ଯ୍ୟାୟରେ ଯେଉଁସବୁ ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେଇଛି ସେହିସବୁ ବିଧାନସଭା ଆସନ ଗୁଡ଼ିକ ହେଲା – ବାହାରଗୋରା, ଘାଟଶିଳା, ପୋଟକା, ଯୁଗସଲାଇ, ଜାମସେଦପୁର ପୂର୍ବ, ଜାମସେଦପୁର ପଶ୍ଚିମ, ଷଢେଇକଳା, ଖରସୁଆଁ, ଚାଇଁବସା, ମଝିଗାଁ, ଜଗନ୍ନାଥପୁର, ମନୋହରପୁର, ଚକ୍ରଧରପୁର, ତମାର, ମନ୍ଦାର, ଟୋର୍ପା, ଖୁଣ୍ଟି, ସିସାଇ, ସିମଡ଼େଗା ଏବଂ କୋଲେବିରା ନିର୍ବାଚନ ମଣ୍ଡଳୀ ।

ଏହି ୨୦ଟି ଆସନ ମଧ୍ୟରୁ ୧୮ଟି ଆସନରେ ସକାଳ ୭ଟାରୁ ଭୋଟଗ୍ରହଣ ଅନୁଷ୍ଠିତ ହୋଇ ଦିନ ୩ଟା ପର୍ଯ୍ୟନ୍ତ ଚାଲିଥିଲା । ମାତ୍ର ପୂର୍ବ ଜାମସେଦପୁର ଏବଂ ପଶ୍ଚିମ ଜାମସେଦପୁର ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଛି ବୋଲି ନିର୍ବାଚନ କମିଶନ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.