ଗୀତ : କାର୍ତ୍ତିକ କୁମାର ଘୋଷ
ଗାୟନ : ନିର୍ମଳା ମିଶ୍ର
ଚଳଚ୍ଚିତ୍ର : ଶ୍ରୀଲୋକନାଥ, ୧୯୬୦
ଆକାଶେ କି ରଙ୍ଗ ଳାଗିଲା
ଆଜି ଆକାଶେ କି ରଙ୍ଗ ଲାଗିଲା
ଚୋରା ପବନେ ସୁରଭି କେ ଦେଲା
ଆଜି ଆକାଶେ କି ରଙ୍ଗ ଲାଗିଲା
ବାଜେ କାହା ଆଗମନୀ ଗୀତିକା
ସାଜେ ନୂଆ ସାଜେ ବନ ବୀଥିକା
ବାଜେ କାହା ଆଗମନୀ ଗୀତିକା
ସାଜେ ନୂଆ ସାଜେ ବନ ବୀଥିକା
କିମ୍ପା ଫୁଲେ ଫୁଲ ଆଖି ଠାରିଲା
ଆଜି ଆକାଶେ କି ରଙ୍ଗ ଲାଗିଲା
ଚୋରା ପବନେ ସୁରଭି କେ ଦେଲା
ସାତ ଦରିଆପାରି ରାଜକୁମାର
ନାହିଁ ନ ଥିବା ଯା’ ରୂପର ଗୁମର
ସାତ ଦରିଆପାରି ରାଜକୁମାର
ନାହିଁ ନ ଥିବା ଯା’ ରୂପର ଗୁମର
ସେ କି ପକ୍ଷୀରାଜେ ଚଢ଼ି ଅଇଲା
ଆଜି ଆକାଶେ କି ରଙ୍ଗ ଲାଗିଲା
ଚୋରା ପବନେ ସୁରଭି କେ ଦେଲା
ଏଣେ ଲାଜବତୀ କନ୍ୟା ମଉନେ
କେତେ ଆଶା ଇନ୍ଦ୍ରଧନୁ ତା’ ମନେ
ଏଣେ ଲାଜବତୀ କନ୍ୟା ମଉନେ
କେତେ ଆଶା ଇନ୍ଦ୍ରଧନୁ ତା’ ମନେ
ସତେ ଅତନୁ କି ଛପି ଛୁଇଁଲା
ଆଜି ଆକାଶେ କି ରଙ୍ଗ ଲାଗିଲା
ଚୋରା ପବନେ ସୁରଭି କେ ଦେଲା
ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬-୬୯ ବହିରୁ
ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )
Comments are closed.