Latest Odisha News

BREAKING NEWS

ଅଭୁଲା ଗୀତ : ଅନ୍ତରେ କାନ୍ଦେ ବାହାରେ ହସେ

ସଙ୍ଗୀତ :  ଶାନ୍ତନୁ ମହାପାତ୍ର
ଗୀତ : ଗୁରୁକୃଷ୍ଣ ଗୋସ୍ୱାମୀ
ଗାୟନ : ପ୍ରଣବ ପଟ୍ଟନାୟକ
ଚଳଚ୍ଚିତ୍ର : ସୂର୍ଯ୍ୟମୂଖୀ, ୧୯୬୩

 

ଅନ୍ତରେ କାନ୍ଦେ ବାହାରେ ହସେ

 

ଅନ୍ତରେ କାନ୍ଦେ ବାହାରେ ହସେ ମୁଁ

ଏହି ମୋର ପରିଚୟ

ମରି ସାରିଛି ମୁଁ ତେବେ ବି କରୁଛି ବଞ୍ଚିବା ଅଭିନୟ

ଏହି ମୋର ପରିଚୟ

 

ମାଟିର ଦେହରୁ ପ୍ରାଣ ଚାଲିଗଲେ ସିଏ ତ ମରଣ ନୁହେଁ

ଏ ମଣିଷର ମରେ

ଜୀବନରୁ ଯେବେ

ନୂତନତା ଚାଲିଯାଏ

ବାକି ରହିଯାଏ ଜୀବନର ବୋଝ ଯାହା ଅତି ଦୁରୁବହ

 

ମୋର ଏହି ଜନ୍ମେ ଭାଗ୍ୟ ମୋ ପାଇଁ ଅଦିନ ଝଞ୍ଜା ହୋଇ

ଅଧରରୁ ହସ ଆଖିରୁ ସପନ

ଗଲା ତ ଉଡ଼ାଇ ନେଇ

କରିଦେଇ ଗଲା

ଦୁନିଆରେ ମୋତେ

ଚିରଦିନ ଅସହାୟ

ଏହି ମୋର ପରିଚୟ

ମରି ସାରିଛି ମୁଁ

ତେବେ ବି କରୁଛି ବଞ୍ଚିବା ଅଭିନୟ

ଏହି ମୋର ପରିଚୟ

ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬-୬୯ ବହିରୁ

ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )

Leave A Reply

Your email address will not be published.