Latest Odisha News

BREAKING NEWS

ଅଭୁଲା ଗୀତ : ରକତ ଟଳମଳ ଖଇର ପାଞ୍ଚ ପଳ

ସଙ୍ଗୀତ ଓ  ଗାୟନ : ଅକ୍ଷୟ ମହାନ୍ତି
ଗୀତ : ବିନୋଦିନୀ ଦେବୀ
ଚଳଚ୍ଚିତ୍ର : ମଳାଜହ୍ନ ୧୯୬୫

BjdElectrycity

ରକତ ଟଳମଳ ଖଇର ପାଞ୍ଚପଳ

ରକତ ଟଳମଳ ଖଇର ପାଞ୍ଚ ପଳ
କହ ଲୋ ସାଧବାଣୀ ଏ କେଉଁ ଦେଶ ଫଳ
ରକତ ଟଳମଳ ଖଇର ପାଞ୍ଚ ପଳ
କହ ଲୋ ସାଧବାଣୀ ଏ କେଉଁ ଦେଶ ଫଳ

ତୁ ହୋଇଲୁ ରାଜରାଣୀ ମୁଁ ହୋଇଲି ଯୋଗୀ
ଜୀବନ ବିଅର୍ଥ ହେଲା ହୋଇ ତୋର ଅନୁରାଗୀ
ତୋ ଲାଗି ସାହାଡ଼ା ଲୋ ଆଣିଲି ଯେ ଗୁଞ୍ଜମାଳି
କଳାମେଘି ପାଟ ଆଉ ଚନ୍ଦର ବାଉଳି
ତୋତେ ନ ଦେଖି ସାହାଡ଼ା ଲୋ ସବୁ ତିଆଗିଲି
ଯାହା ଆଣିଥିଲି ସବୁ ଥାଳେ ମଣ୍ଡାଇଲି
ବାତୁଳ ପ୍ରାୟେ ଖୋଜିଲି ଆକାଶ ବତାସ ଜଳ
କହଲୋ ସାଧବାଣୀ ଏ କେଉଁ ଦେଶ ଫଳ

ରକତ ଟଳମଳ ଖଇର ପାଞ୍ଚ ପଳ
କହ ଲୋ ସାଧବାଣୀ ଏ କେଉଁ ଦେଶ ଫଳ
ତୋ ପାଇଁ ଖୋଳାଇଲି ବେଣ୍ଟ ଯେ ପୋଖରୀ
ଚଉକତି ଘେରାଇଲି ମେଘନାଦ ପାଚେରି
ହାଟଘାଟ ଜୁର କଲି ଚଉଁରୀ ଭିତରେ
ବିଦେଶ ଗଲି ସିନା ପରାଣ ତୋ କତିରେ
ରଜାପୁଅ କଲା ଚୋରି
ରଜାପୁଅ କଲା ଚୋରି ତୋ ରୂପରେ ହୋଇ ଭୋଳ

କହଲୋ ସାଧବାଣୀ ଏ କେଉଁ ଦେଶ ଫଳ
ରକତ ଟଳମଳ ଖଇର ପାଞ୍ଚ ପଳ
କହ ଲୋ ସାଧବାଣୀ ଏ କେଉଁ ଦେଶ ଫଳ

ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬-୬୯ ବହିରୁ

ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )

Leave A Reply

Your email address will not be published.