Latest Odisha News

BREAKING NEWS

ଅଭୁଲା ଗୀତ : ଉଡ଼ିଗଲେ ଗେଣ୍ଡାଳିଆ

ଗାୟନ : ଅକ୍ଷୟ ମହାନ୍ତି
ସଙ୍ଗୀତ : ଶ୍ରୀକୁମାର
ଗୀତ : କାଳୀଚରଣ ପଟ୍ଟନାୟକ
ଚଳଚ୍ଚିତ୍ର : ମାଟିର ମଣିଷ (୧୯୬୮)

ଉଡ଼ିଗଲେ ଗେଣ୍ଡାଳିଆ

ଉଡ଼ିଗଲେ ଗେଣ୍ଡାଳିଆ
ଝାଡ଼ି ଦେଲେ ପର
ଝାଡ଼ିଦେଲେ ପର
ଉଡ଼ିଗଲେ ଗେଣ୍ଡାଳିଆ
ଝାଡ଼ି ଦେଲେ ପର ରେ
ରଜାଝିଆ ବାହୁନୁଚି ଦେଖି ବୁଢ଼ାବର
ଆହା ଦେଖି ବୁଢ଼ାବର

ଉଠେଇଲା କଳା ମେଘ
ଭୋଦେଇ ଉଠାଣ
କାଳୀ ଗାଈ ଚରିଗଲା
କିଆରିକ ଧାନ
ବସିବା ସଙ୍ଗାତ ଚାଲ
ତୋହର ମୋହର
ବସିବା ସଙ୍ଗାତ ଚାଲ
ତୋହର ମୋହର
ଉଡ଼ି ଉଡ଼ି ଯିବା ଆମେ
ମେଘ ରଜା ଘର
ଆହା ମେଘ ରଜା ଘର

ମେଘ ରାଇଜର ପରୀ
ଭାରି ସୁନ୍ଦରିଆ
ଗେଲ କରି ଆଣିବି ମୁଁ ବଡ଼ ହୁନ୍ଦରିଆ
ରହ ରହ ଗେଣ୍ଡାଳିଆ ଯିବା ବହୁଦୂର
ରହ ରହ ଗେଣ୍ଡାଳିଆ ଯିବା ବହୁଦୂର
ରହିବା ମଉଜ କରି ନୋହି ସାତପର
ଆହା
ନୋହି ସାତ ପର

ଉଡ଼ିଗଲେ ଗେଣ୍ଡାଳିଆ
ଝାଡ଼ି ଦେଲେ ପର
ଝାଡ଼ିଦେଲେ ପର
ରଜାଝିଆ ବାହୁନୁଚି ଦେଖି ବୁଢ଼ାବର
ଆହା ଦେଖି ବୁଢ଼ାବର
ଆହା ଦେଖି ବୁଢ଼ାବର

ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬-୬୯ ବହିରୁ

ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )

Leave A Reply

Your email address will not be published.