Latest Odisha News

BREAKING NEWS

ଅଭୁଲା ଗୀତ : ରାଧିକା ମୋହନ

ଗାୟନ : ସନ୍ଧ୍ୟା ମୁଖାର୍ଜୀ
ସଙ୍ଗୀତ : ଶ୍ରୀକୁମାର
ଗୀତ : ପାର୍ଥସାରଥୀ ମହାପାତ୍ର

ଚଳଚ୍ଚିତ୍ର : ପରିଣାମ, ୧୯୬୦

ରାଧିକା ମୋହନ

 

ରାଧିକା ମୋହନ ଏବେ

ପଦ ତଳେ ନିଅ ଡାକି

ଆଉ କେତେ କନ୍ଦାଇବ

ନୟନ ଗଲାଣି ଶୁଖି

ରାଧିକା ମୋହନ ଏବେ

ପଦ ତଳେ ନିଅ ଡାକି

ତୁମକୁ ଭରସା କରି

କେତେ ପାପୀ ଗଲେ ତରି

ଯେତିକି ଛଳନା ସବୁ

ମୋହରି ଲାଗି କି ଖାଲି

ଲୋକହସା କରି ମୋତେ

କେଉଁ ଯଶ ଯିବ ରଖି

ରାଧିକା ମୋହନ ଏବେ

ପଦ ତଳେ ନିଅ ଡାକି

ଆଉ କେତେ କନ୍ଦାଇବ

ନୟନ ଗଲାଣି ଶୁଖିି

ଯାହା ଦେଇଥିଲ ସବୁ

ଆପେ ପୁଣି ଗଲନେଇ

ସୁଖ ଲାଗି ଏ ଜୀବନେ

ଆଶା ଆଉ ରଖିନାହିଁ

ବିତିଯାଉ ବାକି ଦିନ

ତୁମ ପଦକଞ୍ଜ ଦେଖି

ରାଧିକା ମୋହନ ଏବେ

ପଦ ତଳେ ନିଅ ଡାକି ।।

 

ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬-୬୯ ବହିରୁ

ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )

Leave A Reply

Your email address will not be published.