Latest Odisha News

BREAKING NEWS

କୋରାପୁଟରେ ବସ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ଜୟପୁର : କେରାପୁଟ ଜିଲ୍ଲା ବୋରୁଗୁମ୍ମା ବ୍ଲକ ଅନ୍ତର୍ଗତ ପର୍ଲି ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ ବ୍ରହ୍ମପୁରରୁ ଉମରକୋଟ ଯାଉଥିବା ଏକ ଯାତ୍ରୀବାହୀ ବସ କୌଣସି କାରଣବଶତଃ ଅଚାନକ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା ।

ଅନ୍ୟପକ୍ଷରେ ଏହି ଦୁର୍ଘଟଣାରେ ବସରେ ଥିବା ପାଖାପାଖି ୪୦ଜଣ ଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଥିଲା ବେଳେ କିଛି ଯାତ୍ରୀଙ୍କୁ ସାମାନ୍ୟ ଆହାତ ଲାଗିଥିଲା ।

ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତି ଯାଞ୍ଚ କରିଛି ।

Leave A Reply

Your email address will not be published.