Latest Odisha News

BREAKING NEWS

ଚାଲୁଥିବା ବେଳେ ହୁତୁ ହୁତୁ ହୋଇ ଜଳିଗଲା ମୋ ବସ୍‌  

ରାଉରକେଲା : ମୋ ବସ୍‌ରେ ଲାଗିଲା ନିଆଁ । କ୍ଷଣକେ ଚାହୁଁ ଚାହୁଁ ହୁତୁ ହୁତୁ ହୋଇ ଜଳିଗଲା ମୋ ବସ୍‌ । ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ ।

ମୋ ବସ୍‌ଟି ଚାଲୁଥିବା ବେଳେ ଅକସ୍ମାତ୍‌ ଲାଗିଗଲା ନିଆଁ । ରାଉଲକେଲାରୁ ବେଦବ୍ୟାସ ଯାଉଥିବା ମୋ ବସ୍ ଟିସିଆଇ ଛକ ନିକଟରେ ଏଭଳି ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ସୌଭାଗ୍ୟ ବଶତଃ ବସରେ ବସିଥିବା ଯାତ୍ରୀମାନେ କୌଣସି ପ୍ରକାରର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ପ୍ରଥମେ ବସ୍‌ରେ ଧୀରେ ଧୀରେ ନିଆଁ ଲାଗିଥିଲା ଫଳରେ ବସ୍‌ରେ ବସିଥିବା ଯାତ୍ରୀ ଏବଂ ଡ୍ରାଇଭର କଣ୍ଡକ୍ଟର ବସ୍‌ରୁ ଓହ୍ଲାଇ ଆସିଥିଲେ । ତେବେ ବସରେ କିପରି ନିଆଁ ଲାଗିଲା ସେନେଇ କାରଣ ଅସ୍ପଷ୍ଟ ରହିଛି । ସଟ ସର୍କିଟ କାରଣରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ତାହ ସ୍ପଷ୍ଟ ହୋଇ ନାହିଁ । ବସ୍‌ଟି ନୂଆ ହେବା ସଙ୍ଗେ ସଙ୍ଗେ ସେହି ସ୍ଥାନରେ ମାତ୍ର ୨ ମାସ ଗଡ଼ିଥିବା କୁହାଯାଉଛି ।

ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅଗ୍ନିଶମ ବିଭାଗ ପହଞ୍ଚିବା ପୂର୍ବରୁ ବସଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ଜଣାପଡ଼ିଛି । ବସ୍‌ରେ ଏପରି ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି । ଏନେଇ ବ୍ରାହ୍ମଣୀ ତରଙ୍ଗ ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି  ।

Leave A Reply

Your email address will not be published.