Latest Odisha News

BREAKING NEWS

କର୍ଣ୍ଣାଟକରେ କଂଗ୍ରେସ ସରକାର; ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଦରମୈୟା

ବେଙ୍ଗାଲୁରୁ : ଆଜିଠୁ କର୍ଣ୍ଣାଟକରେ କଂଗ୍ରେସ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ସିଦ୍ଦରମୈୟା । ଶପଥ ସମାରୋହ ପାଇଁ ଆୟୋଜିତ ହୋଇଛି ମେଗା ଇଭେଣ୍ଟ । ବେଙ୍ଗାଲୁରୁର କାନ୍ତିରଭା ଷ୍ଟାଡିୟମରେ ଆୟୋଜିତ ହୋଇଛି ଭବ୍ୟ ସମାରୋହ । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦରମୈୟା ଓ ଉପମୁଖ୍ୟମନ୍ତ୍ରୀ ଭାବେ ଡି.କେ ଶିବକୁମାର ଶପଥ ନେବେ । ଆଜି ଶପଥ ଗ୍ରହଣ ସମାରୋହରେ ପ୍ରାୟ ୨୫ରୁ ୨୮ ମନ୍ତ୍ରୀ ଶପଥ ନେବେ ବୋଲି ଜଣାଯାଇଛି ।

ଏହି ସମାରୋହରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ, ବିହାର ସିଏମ୍‌ ନିତିଶ କୁମାର, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘଲେ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ, ପୁଡ଼ୁଚେରୀ ମୁଖ୍ୟମନ୍ତ୍ରୀ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରମୁଖ ସାମିଲ ହେବେ ବୋଲି ଜଣାଯାଇଛି।

ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ଗ୍ରାଣ୍ଡ ସେଲିବ୍ରେସନ କରିବା ନେଇ ଜୋରସୋରରେ ପ୍ରସ୍ତୁତି ଚଳାଇଛି କଂଗ୍ରେସ । ଏଥିସହ ଏହି କାର୍ଯ୍ୟକ୍ରମରେ ୟୁପିଏ ଚେୟାର ପର୍ସନ ସୋନିଆ ଗାନ୍ଧି, ରାହୁଲ ଓ ପ୍ରିୟଙ୍କା ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଉପସ୍ଥିତ ରହିବା ନେଇ ସୂଚନା ରହିଛି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିମନ୍ତ୍ରଣ କରାଯାଇଥିଲେ ବି ସେ ଏହି କାର୍ଯ୍ୟକ୍ରମରେ ସାମିଳ ହେବେ ନାହିଁ ବୋଲି ଜଣାପଡ଼ିଛି  । ଏଥିପାଇଁ ସାଂସଦ କାକୋଳି ଘୋଷଙ୍କୁ ପ୍ରତିନିଧି କରି ପଠାଇବ ଟିଏମସି । ଏହା ବାଦ୍‌ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଓ ବିଏସପି ସୁପ୍ରିମୋ ମାୟାବତୀଙ୍କୁ କଂଗ୍ରେସ ଶପଥ ସମାରୋହକୁ ନିମନ୍ତ୍ରଣ କରାଯାଇନଥିବା ଜଣାପଡ଼ିଛି ।

 

 

Leave A Reply

Your email address will not be published.