Latest Odisha News

BREAKING NEWS

କଟକରୁ ହଟିଲା କ୍ଲଷ୍ଟର କଂଟେନମେଣ୍ଟ ଜୋନ କଟକଣା

କଟକ: କଟକର ପ୍ରଥମ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହେବାପରେ ସହରର ପଟାପୋଲ ଅଂଚଳରେ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କ୍ଲଷ୍ଟର କଣ୍ଟେନ୍‌ମେଣ୍ଟ ଜୋନ୍ କଟକଣା ରବିବାର ପ୍ରତ୍ୟାହାର କରାଯିବା ନେଇ ନିର୍ଦ୍ଦେଶ ଜାରି କରିଛନ୍ତି ସିଏମ୍‌ସି କମିଶନର । ତେବେ ଏଠାରେ ବତ୍ତମାନ ଚାଲିଥିବା ଦେଶବ୍ୟାପୀ ଲକ୍‌ଡାଉନ୍ କଟକଣା ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି ।

ସିଏମ୍‌ସି କମିଶନରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ରୋଗୀଙ୍କ ସମ୍ପର୍କୀୟ ଏବଂ ଲକ୍ଷଣ ଦେଖାଯାଉଥିବା ସମସ୍ତ ବ୍ୟକ୍ତିଙ୍କ କୋଭିଡ୍‌୧୯ ନମୁନା ପରୀକ୍ଷଣ ରିପୋର୍ଟ ନେଗେଟିଭ୍ ଆସିବା ପରେ ଏହି ଅଂଚଳରେ ସ୍ଥାନୀୟ ସଂକ୍ରମଣ ହୋଇନଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ ପଟାପୋଲ ଅଂଚଳରେ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହେବା ପରେ ଜନବହୁଳ ରହିଥିବା ଏହି ଅଂଚଳରେ ସମ୍ଭାବ୍ୟ ସ୍ଥାନୀୟ ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ୍ ୪ ରେ କ୍ଲଷ୍ଟର କଣ୍ଟେନ୍‌ମେଣ୍ଟ ଜୋନ୍ କଟକଣା ଜାରି କରାଯାଇଥିଲା । ଏହାଦ୍ୱାରା ଲୋକଙ୍କ ଗମନାଗମନ ଓ ଯାନବାହନ ଚଳାଚଳ ଉପରେ କଟକଣା ଜାରି ହେବା ସହ ପ୍ରଶାସନ ପକ୍ଷରୁ କଡା ନଜର ରଖାଯାଇଥିଲା ।

Leave A Reply

Your email address will not be published.