Latest Odisha News

BREAKING NEWS

ବାହୁଡ଼ା ଯାତ୍ରା ଦୁର୍ଘଟଣାରେ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ, ମୃତକଙ୍କ ପରିବାରକୁ ମିଳିବ ତିନି ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ଭୁବନେଶ୍ୱର : ଗତ  କାଲି ବାହୁଡା଼ ଯାତ୍ରା ସମୟରେ  କେନ୍ଦୁଝର  ଜିଲ୍ଲା କେନ୍ଦୁଆ ଗ୍ରାମରେ ଦୁର୍ଘଟଣାରେ ୩ ଜଣ ଓ କୋରାପୁଟ ଜିଲ୍ଲା କୋଲାବ ନଗର ଠାରେ ଜଣେ  ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ  ମୁଖ୍ୟମନ୍ତ୍ରୀ  ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ  ପରିବାର ବର୍ଗଙ୍କୁ  ଗଭୀର  ସମବେଦନା  ଜଣାଇଛନ୍ତି । ଏଥିସହ ମୃତକଙ୍କ ପରିବାରକୁ ରିଲିଫ  ପାଣ୍ଠିରୁ ତିନି ଲକ୍ଷ  ଟଙ୍କା  ଅନୁକମ୍ପାମୂଳକ ରାଶି ସହାୟତା  ଘୋଷଣା  କରିଛନ୍ତି । ଏତଦବ୍ୟତିତ ଏହି  ଦୁର୍ଘଟଣାରେ  ଆହତ   ମାନଙ୍କୁ  ମାଗଣାରେ ଉପଯୁକ୍ତ  ଚିକିତ୍ସା  ଯୋଗାଇ  ଦେବାକୁ  ମୁଖ୍ୟମନ୍ତ୍ରୀ  ନିର୍ଦ୍ଦେଶ  ଦେବା  ସହିତ  ସେମାନଙ୍କର  ଆଶୁ  ଆରୋଗ୍ୟ  କାମନା  କରିଛନ୍ତି  ।

ଖବର ଅନୁଯାୟୀ, ଗତକାଲି ବାହୁଡ଼ା ଯାତ୍ରା ସମୟରେ ୧୧କେଭି ତାର ସଂସ୍ପର୍ଶରେ ଆସି ୩ଜଣ ପ୍ରାଣ ହରାଇବା ସହ ୯ଜଣ ଆହତ ହୋଇଥିଲେ । ଆହତ ମାନଙ୍କୁ କେନ୍ଦୁଝର ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେହିପରି କୋରାପୁଟ କୋଲାବ ନଗରରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨୬ ବର୍ଷିୟ ବାବୁଲା ନାୟକ ମୃତ୍ୟୁବରଣ କରିଥିଲେ ।

Leave A Reply

Your email address will not be published.