Latest Odisha News

BREAKING NEWS

ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲର ଫୁଲନଖରା କ୍ୟାମ୍ପସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ବର: ଲୋକାର୍ପିତ ହେଲା ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲର ଫୁଲନଖରା କ୍ୟାମ୍ପସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିଛନ୍ତି । ସ୍ବାସ୍ଥ୍ୟସେବାରେ ରାଜ୍ୟର ସବୁଠୁ ଅତ୍ୟାଧୁନିକ ହସ୍ପପିଟାଲ ହେବ ।ଏହି କ୍ୟାମ୍ପସ୍‌ରେ ସବୁ ବିଭାଗ ସହିତ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ସମ୍ମିଳିତ ସରଞ୍ଜାମ ସହ ସ୍ବାସ୍ଥ୍ୟ ସେବା ପ୍ରଦାନ କରାଯିବ। ଏହି ନୂତନ ହସ୍ପିଟାଲରେ ବର୍ତ୍ତମାନ ୭୫୦ ଶଯ୍ୟାର ସୁବିଧା ରହିଥିବା ବେଳେ ଆଗାମୀ ଦୁଇବର୍ଷ ମଧ୍ୟରେ ଏହାର ସଂଖ୍ୟା ବୃଦ୍ଧି ପାଇ ୩୦୦୦ ହେବ ।

ଏଠାରେ ଜେନେରାଲ୍ ମେଡିସିନ୍, ରେସ୍ପିରେଟାରୀ ମେଡିସିନ୍, ପେଡିଆଟ୍ରିକ୍ସ, ନିଓନାଟୋଲୋଜି, କ୍ରିଟିକାଲ୍ କେୟାର ମେଡିସିନ୍, ସାଇକିଆଟ୍ରିକ୍‌, ଆନେସ୍ଥେସିଓଲୋଜି, ରେଡିଓ- ଡାଏଗ୍ନୋସିସ, ଇମର୍ଜେନ୍‌ସି ମେଡିସିନ୍, ଇମ୍ୟୁନୋ ହେମାଟୋଲୋଜି ଆଣ୍ଡ ବ୍ଲଡ୍ ଟ୍ରାନ୍‌ସଫ୍ୟୁଜନ୍, ରେଡିଏସନ୍ ଅଙ୍କୋଲୋଜି, ନ୍ୟୁକ୍ଲିୟର ମେଡିସିନ୍, ମେଡିକାଲ୍ ଅଙ୍କୋଲୋଜି, ପେଡିଆଟ୍ରିକ୍ ଅଙ୍କୋଲୋଜି, ଜେନେରାଲ୍ ସର୍ଜରୀ, ଅର୍ଥୋପେଡିକ୍ସ, ଅବଷ୍ଟ୍ରେଟ୍ରିକ୍ସ ଆଣ୍ଡ ଗାଏନାକୋଲୋଜି, ଇଏନ୍‌ଟି, ପାଥୋଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ଭଳି ବିଭାଗ ରହିଛି।

ଜନସାଧାରଣଙ୍କୁ ସର୍ବୋତ୍କୃଷ୍ଟ ଓ ଉତ୍ସର୍ଗୀକୃତ ସେବା ଯୋଗାଇବାରେ ସମ୍‌ର ଫୁଲନଖରା କ୍ୟାମ୍ପସ୍ ବେଶ୍ ସହାୟକ ହେବ ।ଏହି ନୂତନ ହସ୍ପିଟାଲ ରାଜ୍ୟ ର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହେବାର ଲକ୍ଷ୍ୟ ରଖିଛି। ରାଜ୍ୟର ଯେକୌଣସି ସ୍ଥାନରୁ ରୋଗୀଙ୍କୁ ପହଞ୍ଚିବାରେ ସୁବିଧା ହେବ ।ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ କାର୍ଯ୍ୟ କରୁଥିବା ବିଶେଷଜ୍ଞ ଡାକ୍ତରମାନେ ଓ ନୂତନ ଭାବେ ନିଯୁକ୍ତ ଡାକ୍ତର ମାନେ ଫୁଲନଖରା ଠାରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବେ । ଏଠାରେ ବିଏସ୍‌କେୱାଇ ଯୋଜନା ଦ୍ୱାରା ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଯିବ। ୨୪ ଘଣ୍ଟା ଜରୁରୀକାଳୀନ ସେବା ପ୍ରଦାନ କରାଯିବା ସହ ଆଇସିୟୁ, ଆୟୁସିସିୟୁ, ପିଆଇସିୟୁ ସୁବିଧା ଉପଲବ୍ଧ ହେଉଛି । ଏହା ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବାରେ ସହାୟକ ହେବ ବୋଲି ସମ ପକ୍ଷରୁ କୁହାଯାଇଛି ।

କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଂଜନ ପୂଜାରୀ, 5T ଅଧ୍ୟକ୍ଷ ଭି. କେ ପାଣ୍ଡିଆନ୍ , ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ , ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ସୁରେଶ କୁମାର ମହାପାତ୍ର, ସୋଆ ଉପସଭାପତି ଶାଶ୍ୱତୀ ଦାସ ଏବଂ ପୂର୍ବତନ କୁଳପତି ତଥା ପ୍ରମୁଖ ଉପଦେଷ୍ଟା ( ସ୍ୱାସ୍ଥ୍ୟବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ ।

 

 

Leave A Reply

Your email address will not be published.