Latest Odisha News

ବିଜେଡ଼ିର ଆଉ ୯ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା, କଟକ ଲୋକସଭା ଆସନରେ ଲଢିବେ ଭର୍ତ୍ତୃହରି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ସୋମବାର ଦିନ କଟକ ଲୋକସଭା ଆସନ ସମେତ ଆଉ ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।

କଟକ ଲୋକସଭା ଆସନରୁ ବରିଷ୍ଠ ବିଜେଡ଼ି ନେତା ତଥା ସାଂସଦ ଭର୍ତ୍ତୃହରି ମହତାବ ନିର୍ବାଚନ ଲଢିବେ ବୋଲି ଦଳ ନିଷ୍ପତ୍ତି ନେଇଛି ।

ଏହାଫଳରେ ଭର୍ତ୍ତୃହରି ତାଙ୍କ କଟକ ଆସନ ପୂର୍ବପରି ବଜାୟ ରଖିବାକୁ ସକ୍ଷମ ହୋଇଛନ୍ତି । ଏହି ସମ୍ମାନଜନକ କଟକ ଲୋକସଭା ଆସନରେ ଦଳ ପ୍ରାର୍ଥୀ ବଦଳାଇବାର ସମ୍ଭାବନା ନେଇ ଚର୍ଚ୍ଚା ହେଉଥିଲା ।

ଚର୍ଚ୍ଚିତ ବୋଲଗଡ଼-ବେଗୁନିଆ ଆସନରୁ ରାଜେନ୍ଦ୍ର ସାହୁଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ଏହି ଆସନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଚିଲିକା ଆସନରୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି କରିଛନ୍ତି ଦଳର ହାଇକମାଣ୍ଡ । ସେହିପରି ଜୟଦେବ ଆସନରୁ ଅରବିନ୍ଦ ଢାଲି ପ୍ରାର୍ଥୀ ହୋଇଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଆସନରୁ ଏଥର ବିଜେଡ଼ି ଟିକଟ ମିଳିଛି ରାଜ କିଶୋର ଦାସଙ୍କୁ ।

୯ଟି ବିଧାନସଭା ଆସନ ପ୍ରାର୍ଥୀ ତାଲିକା ଘୋଷଣା

ବରି-ସୁନନ୍ଦା ଦାସ
ଖୋର୍ଦ୍ଧା- -ଜିତୁ ମିତ୍ର
ଚିଲିକା-ପ୍ରଶାନ୍ତ ଜଗଦ୍ଦେବ
ବେଗୁନିଆ-ରାଜେନ୍ଦ୍ର ସାହୁ
ଜୟଦେବ(ସଂ)-ଅରବିନ୍ଦ ଢ଼ାଲି
ଦେବଗଡ଼-ରୋମାଞ୍ଚ ରଞ୍ଜନ ବିଶ୍ୱାଳ
ମୋରଡ଼ା-ରାଜ କିଶୋର ଦାସ
ରାଇରଙ୍ଗପୁର(ସଂ)-ବାସନ୍ତୀ ମାରାଣ୍ଡି
ବସ୍ତା-ନିତ୍ୟାନନ୍ଦ ସାହୁ

ଲୋକସଭା ଆସନ ପ୍ରାର୍ଥୀ ତାଲିକା ଘୋଷଣା

କଟକ-ଭତ୍ତୃହରି ମହତାବ

Leave A Reply

Your email address will not be published.