Latest Odisha News

BREAKING NEWS

କଂଗ୍ରେସ ସପ୍ତାହକ ମଧ୍ୟରେ ନିର୍ବାଚନୀ ଇସ୍ତାହାର ଘୋଷଣା କରିବ

ଭୁବନେଶ୍ୱର: କଂଗ୍ରେସ ଏପ୍ରିଲ୍ ପ୍ରଥମ ସପ୍ତାହ ମଧ୍ୟରେ ଦଳର ନିର୍ବାଚନୀ ଇସ୍ତାହାର ଘୋଷଣା କରିବ ବୋଲି ସୋମବାର ଦିନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ।

ଗଣମାଧ୍ୟମକୁ ସୂଚନାଦେଇ ନିରଞ୍ଜନ କହିଛନ୍ତି, କଂଗ୍ରେସର ଇସ୍ତାହାରରେ କୃଷକ, କୃଷି, ମହିଳା ତଥା ଯୁବବର୍ଗଙ୍କୁ ଅତ୍ୟଧିକ ଗୁରତ୍ୱ ପ୍ରଦାନ କରାଯାଉଛି । ରାଜ୍ୟର ବୁଦ୍ଧିଜୀବୀ, ସ୍ଥାନୀୟ ବାସିନ୍ଦା, ବରିଷ୍ଠ ନେତୃବୃନ୍ଦ ତଥା ଓଡ଼ିଶାର ବିଭିନ୍ନ ସ୍ଥାନର ଜନସାଧାରଣଙ୍କ ମତ ଓ ପରାମର୍ଶକୁ ଗ୍ରହଣ କରି ଏହି ଇସ୍ତାହାର ପ୍ରସ୍ତୁତି ଚାଲିଛି ।

କଂଗ୍ରେସର ୱେବ ପୋର୍ଟାଲରେ ଜନସାଧାରଣ ଦେଇଥିବା ମତ ଓ ପରାମର୍ଶକୁ ମଧ୍ୟ ଇସ୍ତାହାର ପ୍ରସ୍ତୁତିରେ ଅଗ୍ରାଧିକାର ଦିଆଯିବ ବୋଲି ନିରଞ୍ଜନ କହିଛନ୍ତି । କମିଟି ଦଳର ବିଶେଷଜ୍ଞଙ୍କ ମତକୁ ମଧ୍ୟ ସମ୍ମାନ ଦେବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.