Latest Odisha News

BREAKING NEWS

ଉତ୍କଳ ଦିବସରେ ଭୋଟରଙ୍କୁ ଅମିତ ଶାହଙ୍କ ଆହ୍ୱାନ: ଓଡ଼ିଆ କହିପାରୁଥିବା ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରନ୍ତୁ

ପାରଳାଖେମୁଣ୍ଡି : ଉତ୍କଳ ଦିବସ ଅବସରରେ ଓଡିଆ ମାନଙ୍କ ଗୌରବକୁ ଆହ୍ୱାନ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରାଜ୍ୟରେ ଜଣେ ଓଡିଆ କହିପାରୁଥିବା ତଥା ଲୋକଙ୍କ ମନକଥା ବୁଝିପାରିଥିବା ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିବା ପାଇଁ ସେ ନବରଙ୍ଗପୁର ଜିଲ୍ଲାର ଉମକୋଟ ଠାରେ ଆୟୋଜିତ ଏକ ସଭାରେ କହିଛନ୍ତି ।

ରାଜ୍ୟରେ ଦୁର୍ନିୀତି, ଭଷ୍ଟ୍ରାଚାର ତଥା ବେରୋଜଗାରୀ ପାଇଁ ଦାୟୀ ନବୀନ ସରକାରକୁ ଆଗାମୀ ନିର୍ବାଚନରେ ବିଜେଡିକୁ ପୁନଃ ନିର୍ବାଚିତ କରି ଭୁଲ୍ କରୁନ୍ତୁ ନାହିଁ ବୋଲି ଶାହ ମତଦାତାମାନଙ୍କୁ କହିଥିଲେ ।

ବିଜେଡି ସରକାର ୧୯ ବର୍ଷ ଧରି ରାଜ୍ୟରେ ଶାସନ କରୁଛି । କଂଗ୍ରେସ ସରକାରକୁ ମଧ୍ୟ ଆପଣମାନେ ବାଛିଥିଲେ । ଚଳିତ ନିର୍ବାଚନରେ ବିଜେଡିକୁ ପୁନଃ ନିର୍ବାଚିତ କରି ଭୁଲ୍ କରୁନ୍ତୁ ନାହିଁ ଏବଂ ଏଥର ବିଜେପିକୁ ଭୋଟ୍ ଦେଇ ଓଡିଶାରେ ଶାସନ କରିବା ଲାଗି ଗୋଟିଏ ସୁଯୋଗ ଦିଅନ୍ତୁ । ଆମେ ଏହାକୁ ଦେଶର ଏକ ନମ୍ବର ରାଜ୍ୟ ବନାଇଦେବୁ ବୋଲି ଶାହ ମତଦାତାମାନଙ୍କୁ କହିଛନ୍ତି । ଆହୁରି ମଧ୍ୟ ଓଡିଶାକୁ ଏକ ଯୁବ ମୁଖ୍ୟମନ୍ତ୍ରୀଙ୍କ ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.