Latest Odisha News

BREAKING NEWS

ଦିଲ୍ଲୀରେ ମୋଦୀଙ୍କୁ ଭେଟିଲେ ନବୀନ, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ନେଇ ଦାବି କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ୧୦ଟା ୩୦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ସାକ୍ଷାତ କରିଛନ୍ତି ।


ମୋଦୀଙ୍କୁ ଭେଟି ରାଜ୍ୟର ସ୍ୱାର୍ଥ ସହିତ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ନେଇ ଦାବି ଉପସ୍ଥାପନ କରିଛନ୍ତି ନବୀନ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବା ପରେ ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି, ଉପ-ବାଚସ୍ପତି ପଦବୀ ନେଇ କୌଣସି ଆଲୋଚନା ହୋଇନାହିଁ । ଓଡ଼ିଶାକୁ ବିଭିନ୍ନ ଯୋଜନାରେ ସ୍ୱତନ୍ତ୍ର ପ୍ୟାକେଜ ଦେବା ସମ୍ପର୍କରେ ଆଲୋଚନା ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦୀଙ୍କୁ ସାକ୍ଷାତ କରି ବ୍ୟାତ୍ୟାରେ ଓଡ଼ିଶାକୁ ମିଳିବାକୁ ଥିବା ଅନ୍ୟ ସହାୟତା ରାଶି ପ୍ରଦାନ ସମ୍ପର୍କରେ ଅବଗତ କରିଥିଲେ ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାବ୍ୟତୀତ ଆସନ୍ତା ୧୫ ତାରିଖରେ ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.