Latest Odisha News

ମହାନଦୀରେ ଦୀର୍ଘତମ ଟି-ସେତୁ ଲୋକାର୍ପିତ, ୪୫ କିମି ଦୂରତ୍ୱ କମିବ

କଟକ: ମହାନଦୀ ଉପରେ ବହୁ ପ୍ରତିକ୍ଷୀତ ଟି-ସେତୁ ଲୋକାର୍ପିତ ହୋଇଛି । ଏହି ଦୀର୍ଘତମ ସେତୁର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ଜିଲ୍ଲା ଗୋପୀନାଥପୁର-ସିଂହନାଥ ପୀଠ-ବୈଦେଶ୍ୱରକୁ ସଂଯୋଗ କରୁଛି ସେତୁ । ନିର୍ମାଣ କାମରେ ଖର୍ଚ୍ଚ ହୋଇଛି ୧୧୧ କୋଟି ଟଙ୍କା ।

ଏହି ହାଇଲେଭଲ ସେତୁ କଟକ ଜିଲ୍ଲା ବାଙ୍କୀ ବୈଦେଶ୍ୱର ଓ ବଡ଼ମ୍ବା ଗୋପୀନାଥପୁରକୁ ସଂଯୋଗ କରୁଛି । ମହାନଦୀ ଉପରେ ରାଜ୍ୟରେ ନିର୍ମାଣ ହୋଇଥିବା ସେତୁ ମଧ୍ୟରେ ଏହା ଦୀର୍ଘତମ । ଏହାଦ୍ୱାରା ୪୫ କିଲୋମିଟର ଦୂରତ୍ୱ କମିବ । ୫ ଲକ୍ଷ ଲୋକ ଉପକୃତ ହେବେ ।

ଏହି ଟି-ସେତୁ ସମ୍ପୃକ୍ତ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ସହ ଲୋକଙ୍କ ସାମାଜିକ-ଆର୍ଥିକ ଉନ୍ନତିର ପ୍ରମୁଖ ମାଧ୍ୟମ ସାଜିବ । କୃଷି, ପର୍ଯ୍ୟଟନ, ବାଣିଜ୍ୟ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାଜିବ ଟି-ସେତୁ । ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ସେତୁ ବୁଲି ଦେଖିଥିଲେ । ଏଥିସହ ବ୍ରିଜ ଉପରୁ ମହାନଦୀର ମନୋରମ ଦୃଶ୍ୟ ଉପଭୋଗ କରିଥିଲେ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.