Latest Odisha News

BREAKING NEWS

ଜିଓ ନେଟୱାର୍କ ସ୍ଥାପନା ପାଇଁ ୧୨ ଘଣ୍ଟିଆ ମାଛକୁଣ୍ଡ ବନ୍ଦ ଡାକରା

କୋରପୁଟ : ଜିଓ ମୋବାଇଲ ନେଟୱାର୍କ ସ୍ଥାପନ କରିବା ଦାବି ନେଇ ଆଜି ୧୨ ଘଣ୍ଟିଆ ମାଛକୁଣ୍ଡ ବନ୍ଦ ଡାକରା ଦିଆଯାଇଛି । କୋରପୁଟ ଜିଲ୍ଲା ମାଛକୁଣ୍ଡ ଅଞ୍ଚଳବାସୀ ଏହି ବନ୍ଦ ଡାକରା ଦେଇଛନ୍ତି ।ସକଳା ୬ ଟାରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ପାଳନ କରାଯାଉଛି । ଚିକେନପୁଟ, ବାଦିଗଡ, ଅନାକଡେଲ୍ଲୀ ଗ୍ରାମ ପଞ୍ଚାୟତରେ ଜିଓ ମୋବାଇଲ ସେବା ଉପଲବ୍ଧ ନଥିବାରୁ ବହୁ ଲୋକ ଅସୁବିଧାରେ ସମ୍ମୁଖନି ହେଉଛନ୍ତି ।

ଅନଲାଇନରେ ପିଲାମାନଙ୍କ ପାଠ ପଢାରେ ମଧ୍ୟ ବାଧା ସୃଷ୍ଟି ହେଉଛି । ଯାହା ଫଳରେ ଲୋକେ କୌଣସି ଜୁରୁରୀ କାଳିନ ସୂଚନା କିମ୍ବା ବ୍ୟାଙ୍କ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାର ପ୍ରତିବାଦରେ କୋଟପୁଟ ଜିଲ୍ଲା ମାଛକୁଣ୍ଡ ଅଞ୍ଚଳବାସୀ ୧୨ ଘଣ୍ଟିା ବନ୍ଦ ଡାକରା ଦେଇଛିନ୍ତି ।

ମାଛକୁଣ୍ଡ ଅଞ୍ଚଳବାସୀ ସମସ୍ତ ଦୋକାନ ବଜାର ବନ୍ଦ କରିବା ସହ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହେବା ସହ ସ୍କୁଲ ଗୁଡିକ ମଧ୍ୟ ବନ୍ଦ କରିଦିଆଯାଇଛି । ଏହି ବନ୍ଦ ଡାକରାକୁ ବାଦିଗଡ,ଚିକିନପୁଟ ପଞ୍ଚାୟତ ବାସୀ ସମେତ ମାଛକୁଣ୍ଡ ବ୍ୟବସାୟୀ ସଂଘ ସମର୍ଥନ କରିଛନ୍ତି ।

Leave A Reply

Your email address will not be published.