Latest Odisha News

BREAKING NEWS

ସ୍ୱର୍ଗତ ଜୟନ୍ତୀ ପଟ୍ଟନାୟକଙ୍କ ଏକାଦଶାହ: ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ବୁଦ୍ଧିଜୀବୀ

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଧର୍ମପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କ ଏକାଦଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ସ୍ୱର୍ଗତ ଜୟନ୍ତୀ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଏକାଦଶ କାର୍ଯ୍ୟକ୍ରମରେ  ଖଣ୍ଡପଡ଼ା ବିଧାୟକ ତଥା ଜୟନ୍ତୀ ପଟ୍ଟନାୟକଙ୍କ ଜ୍ୱାଇଁ ସୌମ୍ୟ ରଂଜନ ପଟ୍ଟନାୟକ, ପୁଅ ପୃଥ୍ଵୀ ବଲ୍ଲଭ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ନେତା ଗଣେଶ୍ୱର ବେହେରା, ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣି, ମନ୍ତ୍ରୀ ଅଶୋକ ପଣ୍ଡା, ଦେବୀ ମିଶ୍ର ପ୍ରମୁଖ ଅନ୍ୟାନ୍ୟ ବରିଷ୍ଠ ନେତା ଏବଂ କଂଗ୍ରେସ କାର୍ଯ୍ୟକର୍ତ୍ତା , ଶୁଭେଚ୍ଛୁ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।  ପରିବାର ଲୋକଙ୍କ ସହ ବୁଦ୍ଧିଜୀବୀ ମାନେ ମଧ୍ୟ ଯୋଗ ଦେଇଥିଲେ ।

Leave A Reply

Your email address will not be published.