Latest Odisha News

BREAKING NEWS

ବାତ୍ୟା ମୁକାବିଲା ପ୍ରସ୍ତୁତିର ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ହେଲେଣି ଓଡ଼ିଶା ସରକାର । ପ୍ରଶାସନିକସ୍ତରରେ ଘନ ଘନ ବୈଠକ ବସୁଛି । ଆଲ୍ରଟରେ ଉପକୂଳବର୍ତ୍ତୀ ଜିଲ୍ଲା । ଆଜି ବାତ୍ୟା ମୁକାବିଲାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ଣରେ ସମୀକ୍ଷା ବୈଠକ ରହିଛି । ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ କିଭଳି ରହିଛି ବାତ୍ୟା ମୁକାବିଲା ପ୍ରସ୍ତୁତି ତାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।

ଆଜିର ସମୀକ୍ଷା ବୈଠକରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର, ସ୍ୱତନ୍ତ୍ର ରିଲିଫ କମିଶନର, ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ସାମିଲ ହେବେ । ବିପର୍ୟ୍ୟୟ ମୁକାବିଲାରେ ସବୁବେଳେ ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିର ବି ସେହି ମିଶନ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସରକାର ।

ଆଶ୍ରୟସ୍ଥଳୀ ସଜାଡିବା, ଭିତ୍ତିଭୂମି ସହ ସମ୍ଭାବ୍ୟ ବାତ୍ୟାରେ ବିପନ୍ନଙ୍କୁ ଉଦ୍ଧାର, ସେମାନଙ୍କୁ ଥଇଥାନ, ପୁନରୁଦ୍ଧାର କାର୍ୟ୍ୟକୁ କିଭଳି ତ୍ୱରାନ୍ୱିତ କରାଯାଇ ପାରିବ ସେନେଇ ଆଗକୁ ପଦକ୍ଷେପ ନେଲେଣି ସରକାର ।

Leave A Reply

Your email address will not be published.