Latest Odisha News

BREAKING NEWS

ହକି ବିଶ୍ୱକପ୍, କେନ୍ଦ୍ରକୁ କୃତଜ୍ଞତା ଜଣାଇଲେ ନବୀନ

କଟକ: ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆଜି କଟକର ବାରବାଟୀ ଷ୍ଟାଡିୟମରେ ଉଦଘାଟିତ ହୋଇଛି ହକି ବିଶ୍ୱକପ୍ । ଆସନ୍ତା ୧୩ ତାରିଖରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ ।

ବୁଧବାର ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, କେନ୍ଦ୍ର ସରକାରଙ୍କ ସାହାଯ୍ୟ ପାଇଁ ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ଆୟୋଜନ ହୋଇ ପାରିଛି ।

ନବୀନ ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରିଥିଲେ । ଆତିଥ୍ୟତା ପାଇଁ ଓଡ଼ିଶା ପ୍ରସିଦ୍ଧ । ଏହି ଅବସରରେ ନବୀନ ପଚାରିଥିଲେ ରାଉରକେଲା ଓ ଭୁବନେଶ୍ୱରରେ ହକି ବିଶ୍ୱକପ୍ ହେଉଛି ଆପଣ ମାନେ ଖୁସି ତ ? ସେହିଭଳି ନବୀନ ପୁଣି କହିଥିଲେ କଟକରେ ଉଦଘାଟନୀ ଉତ୍ସବ ହେଉଛି ଆପଣ ମାନେ ଖୁସି ତ ? ମୁଁ ବି ବହୁତ ଖୁସି ।

ଆସନ୍ତା ୧୩ ତାରିଖରୁ ହକି ବିଶ୍ୱକପ୍ ମ୍ୟାଚ୍ ଆରମ୍ଭ ହେବ । ବିଶ୍ୱକପରେ ୧୬ଟି ଦଳ ରହିଥିବା ବେଳେ ଭୁବନେଶ୍ୱର ଓ ରାଉରକେଲାରେ ମ୍ୟାଚ୍ ଖେଳାଯିବ । ଆଜି କଟକରେ ଉଦଘାଟନୀ କାର୍ଯ୍ୟକ୍ରମରେ ଓଲିଉଡ୍ ସହ ବଲିଉଡର ନାମୀଦାମୀ କଳାକାର ଗୀତ ଓ ନୃତ୍ୟ ପରିବେଷଣ କରିଥିବା ବେଳେ ବିଭୋର ହୋଇଥିଲେ ଦର୍ଶକ ।

Leave A Reply

Your email address will not be published.