Latest Odisha News

BREAKING NEWS

BSKY କାର୍ଡରେ ଠକେଇ ଉପରେ ସ୍ୱାସ୍ଥ୍ୟ ବିଭାଗର ଆଖି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅନ୍ୟତମ ଜନହିତାକାଂକ୍ଷୀ ଯୋଜନା ବିଏସକେୱାଇରେ ଜାଲିଆତି ପଦାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗର ଚେତା ପଶିଛି । ହିତାଧିକାରୀଙ୍କ ଅଗୋଚରରେ BSKY କାର୍ଡରେ ମିଛ ବିଲ୍ ମାମଲାରେ ପୋଲିସ କଟକରେ ହସ୍ପିଟାଲ୍ ମାଲିକଙ୍କ ସହ ୫ ଜଣଙ୍କୁ ଗିରଫ କରିଥିଲା । ଏହି ଗିରଫଦାରୀ ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟନ୍ୱୟନ ନାମରେ କୌଣସି ପ୍ରକାର ଜାଲିଆତି ବା ଠକାମିର ସମ୍ଭାବନା ଉପରେ କଡ଼ା ନଜର ରଖିବାପାଇଁ ନିର୍ଦ୍ଦେଶ ଦେଇଥନ୍କି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଲିନୀ ପଣ୍ଡିତ ।

ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ କାର୍ଯ୍ୟରତ BSKY ଟିମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଠକାମି ବିରୋଧରେ କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ୍ ଆଇନ ଏବଂ କାର୍ଯ୍ୟରତ ପ୍ରବର୍ତ୍ତନ ବ୍ୟବସ୍ଥା ଅନୁସାରେ ଏପରି ଠକ ମାନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଶାସନ ସଚିବ ଶ୍ରୀମତୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି ।

ଶ୍ରୀମତୀ ପଣ୍ଡିତ କହିଛନ୍ତି ଯେ “ରାଜ୍ୟବାସୀଙ୍କୁ ସାର୍ବଜନୀନ ଗୁଣାତ୍ମକ ଚିକିତ୍ସା ଯୋଗାଇବା ପାଇଁ ରାଜ୍ୟ ସରକାର ବଦ୍ଧ ପରିକର । ଏଥିପାଇଁ ଉପଯୁକ୍ତ ଆର୍ଥିକ ଓ ପ୍ରଶାସନ ବ୍ୟବସ୍ଥା ସହ କାର୍ଯ୍ୟରତ ଯୋଜନା ଚାଲୁ ରହିଛି । ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ କରାଯାଇଥିବା ସୁବିଧାର ଅପବ୍ୟବହାର ବା BSKY ନାମରେ ଠକେଇକୁ କୈାଣସି ସ୍ଥିତିରେ ବରଦାସ୍ତ କରାଯିବ ନାହିଁ, ଦୃଢ଼ ଓ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ”

କାର୍ଡ ବିଷୟରେ କୈାଣସି ସନ୍ଦେହ ବା ପ୍ରଶ୍ନ ଥିଲେ ସିଧାସଳଖ ଟୋଲ-ଫ୍ରୀ ନମ୍ବର ବା ଜିଲ୍ଲା ସଂଯୋଜକଙ୍କ ସହ ଯୋଗଯୋଗ କରିବାକୁ ଶ୍ରୀମତୀ ପଣ୍ଡିତ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲା ସଂଯୋଜକମାନେ ସାଧାରଣତଃ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ କର୍ତ୍ତବ୍ୟରତ ଥାଆନ୍ତି । ସ୍ବାସ୍ଥ୍ୟମିତ୍ରମାନେ ସାଧାରଣତଃ BSKY ତାଲିକାଭୁକ୍ତ ଘରୋଇ ହସ୍ପିଟାଲ ମାନଙ୍କରେ BSKY କାଉଣ୍ଟର ଠାରେ ଉପସ୍ଥିତ ରହି ସେବା ଯୋଗାଇ ଥାଆନ୍ତି ।

ଯେଉଁ ପରିବାରଙ୍କର BSKY ସ୍ମାର୍ଟକାର୍ଡ଼ ଅଛି ବା ଯେଉଁମାନେ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ସେମାନେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ପାଇଁ ଯୋଗ୍ୟ । କାର୍ଡ଼ ସମ୍ବନ୍ଧିତ କୈାଣସି ସନ୍ଦେହ ବିଷୟ ୧୫୫୩୬୯ ଟୋଲ-ଫ୍ରୀ ନମ୍ବରକୁ ସିଧାସଳଖ ଜଣାଇଲେ ତାହାର ସଠିକ ସମାଧାନ ଦେବ । ଲୋକମାନେ ଦେୟମୁକ୍ତ ଚିକିତ୍ସା ପାଇଁ ପସନ୍ଦ ଅନୁସାରେ ତାଲିକାଭୁକ୍ତ ହସପିଟାଲକୁ ଯିବା ପୂର୍ବରୁ ମଧ୍ୟ ୧୦୪ ନମ୍ବର ମାଧ୍ୟମରେ ପ୍ରାକ୍- ଯୋଗଯୋଗ କରି ବୁଝିପାରିବେ । ନହେଲେ ଜରୁରୀ ସ୍ଥିତିରେ ସିଧା ସଳଖ ହସ୍ପିଟାଲରେ ପହଂଚି ସ୍ବାସ୍ଥ୍ୟମିତ୍ରଙ୍କ ସହାୟତା ନେଇପାରିବେ । BSKY ବାବଦରେ ନିଜର ଅଭିଯୋଗ ବା ପ୍ରଶ୍ନ ୧୪୫୪୫ କୁ ଜଣାଇ ପାରିବେ ।

ଏହାଛଡ଼ା, ଟ୍ବିଟର ଆକାଉଣ୍ଟ @bskyodisha ବା ଫେସବୁକ୍ ଆକାଉଣ୍ଟ bskyodisha ମାଧ୍ୟମରେ ବି କାର୍ଡ଼ଧାରୀମାନେ ନିଜର ଅଭିଯୋଗ ଓ ମତାମତ ଜଣାଇ ପାରିବେ । ଏହି ସବୁ ନାଗରିକ-କୈନ୍ଦ୍ରୀକ ଯୋଗାଯୋଗ ପଏଣ୍ଟ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଶ୍ରୀମତୀ ପଣ୍ଡିତ BSKY ଟିମକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.