Latest Odisha News

BREAKING NEWS

ଆଗାମୀ ୩ ଘଣ୍ଟା ପାଇଁ ଏହି ସବୁ ଜିଲ୍ଲାରେ ବର୍ଷା: ସତର୍କ ସୂଚନା ଜାରି କଲା ବିଭାଗ

ଭୁବନେଶ୍ୱର: ଆଗାମୀ ୩ ଘଣ୍ଟା ପାଇଁ ଏହି ସବୁ ଜିଲ୍ଲାକୁ ରହିଛି ସତର୍କ ସୂଚନା  । ଗୁରୁବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସତର୍କ ସୂଚନା ଜାରି କରାଯାଇଛି । ଆଗାମୀ ୩ ଘଣ୍ଟା ପାଇଁ ୧୦ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏହି ୧୦ଟି ଜିଲ୍ଲା ପାଇଁ ଘଡଘଡି ସହ ବର୍ଷା ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗଞ୍ଜାମ, କନ୍ଧମାଳ, ନୟାଗଡ, କଟକ, ଢେଙ୍କାନାଳ, ବାଲେଶ୍ୱର, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ନୂଆପଡା ଜିଲ୍ଲାରେ ର କେତେକ ଅଞ୍ଚଳରେ ଆଗାମୀ ୩ ଘଣ୍ଟା ମଧ୍ୟରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।

ପାଣିପାଗ ଉପରେ ନଜର ରଖି ଘରୁ ବାହାରିବା ପାଇଁ ଏହି ସବୁ ଜିଲ୍ଲାବାସୀଙ୍କୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.