Latest Odisha News

BREAKING NEWS

ଓଡ଼ିଶା ପୋଲିସର କୋଭିଡ୍ ଯୋଦ୍ଧାଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ପୋଲିସର କୋଭିଡ୍ ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା । ବର୍ତ୍ତମାନ ସୁଦ୍ଧା ଶହେ ଜଣ ପୋଲିସ କର୍ମଚାରୀ ପ୍ଲାଜମା ଦାନ କଲେଣି । ଏହି ମହାନତା ପାଇଁ ସେମାନଙ୍କୁ ତାରିଫ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଓଡ଼ିଶା ପୋଲିସ କୋଭିଡ ଯୋଦ୍ଧା ପ୍ଲାଜମା ଦାନ କରି ଅନ୍ୟମାନଙ୍କ ପ୍ରତି ପ୍ରେରଣାର ଉତ୍ସ ପାଲଟିଛନ୍ତି । ଯେଉଁମାନେ କୋଭିଡ ସହ ଲଢୁଛନ୍ତି ସେମାନଙ୍କ ମନୋବଳ ବଢ଼ାଇବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଲୋକଙ୍କ ପାଇଁ କାମ କରିବା ବେଳେ ଭୂତାଣୁ ସଂକ୍ରମିତ ହେଉଛନ୍ତି କୋଭିଡ ଯୋଦ୍ଧା। ସୁସ୍ଥ ହେବା ପରେ ପ୍ଲାଜମା ଦାନ କରି ଗୁରୁତର କରୋନା ରୋଗୀଙ୍କ ଜୀବନ ବଞ୍ଚାଉଛନ୍ତି । ଓଡ଼ିଶା ପୋଲିସ କୋଭିଡ୍ ଯୋଦ୍ଧାଙ୍କ ଏହି କାର୍ଯ୍ୟକୁ ପୋଲିସ ଡିଜି ଅଭୟ ବି ପ୍ରଶଂସା କରିଛନ୍ତି । ପ୍ଲାଜମା ଡୋନରଙ୍କୁ ଉତ୍ସାହିତ କରିଛନ୍ତି ପୋଲିସ ଡିଜି ।

Leave A Reply

Your email address will not be published.