Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ବ୍ରଜରାଜନଗର ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ

ବ୍ରଜରାଜନଗର: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ ପଟେଲ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍ । ଦିଲ୍ଲୀପ ପଟେଲଙ୍କର ବ୍ରଜରାଜନଗର ମ୍ୟୁନିସିପାଲିଟି କଲୋନୀରେ ଥିବା ସରକାରୀ କ୍ୱାଟର୍ସ, ଅଫିସ, ସୁନ୍ଦରଗଡ଼ ଜିଲ୍ଲା ବେଲମୁଣ୍ଡା ସ୍ଥିତ ପୈତୃକ ଘର ରେଡ୍ ଚାଲିଛି । ସେହିପରି ଶ୍ୱଶୂର ଘର ସମେତ କିଛି ସମ୍ପର୍କୀୟଙ୍କ ଘରେ ରେଡ୍ କରାଯାଉଥିବା ସୂଚନା ମିଳିଛି ।

ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗିର, ବରଗଡ଼ର ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀ ରେଡରେ ସାମିଲ ଅଛନ୍ତି । ସ୍ଥାବର ଓ ଅସ୍ଥାବର ସମ୍ପତ୍ତି, ବିଭିନ୍ନ କାଗଜପତ୍ର ଆଦିର ଯାଞ୍ଚ କରାଯାଉଛି ।

Leave A Reply

Your email address will not be published.