Latest Odisha News

ଦୁର୍ଘଟଣା ଘଟାଇଥିବା ବସକୁ ଜାଳି ଦେଲେ ଉତ୍ୟକ୍ତ ଲୋକ

କେନ୍ଦ୍ରାପଡ଼ା: ବସ୍ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁକୁ ନେଇ ତୁମୁଳୁକାଣ୍ଡ । ବସରେ ନିଆଁ ଲଗାଇଦେଲେ ଉତ୍ୟକ୍ତ ଲୋକ । ବିଚ ରାସ୍ତାରେ ହୁ ହୁ ହୋଇ ଜଳିଗଲା ବସ୍ । କେନ୍ଦ୍ରାପଡ଼ା ଜିଲ୍ଲାର ହଦଳିଆଗଡା ନିକଟରେ ଏହି ଘଟଣା ଘଟିଛି ।

ଆଜି ସକାଳୁ ପାଞ୍ଚ ନମ୍ବର ଜାତୀୟ ରାଜପଥର ହଳଦିଆଗଡ଼ା ନିକଟରେ ଏକ ବାଇକକୁ ବସ୍ ଧକ୍କା ଦେଇଥିଲା । ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ପରେ ତାତିଥିଲେ ସ୍ଥାନୀୟ ଲୋକ । ବସରେ ନିଆଁ ଲଗାଇ ଦେଇଥିଲେ ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସେତେବେଳକୁ ବସର ଅଧିକାଂଶ ଭାର ପୋଡ଼ି ଛାରଖାର ହୋଇଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଉଦ୍ୟମ କରୁଛି । ବର୍ତ୍ତମାନ ସେଠାରେ ଉତ୍ତେଜନା ଲାଗି ରହିଛି । ତଦନ୍ତ ଜାରି ରଖିଛି ପୋଲିସ ।

 

Leave A Reply

Your email address will not be published.