Latest Odisha News

BREAKING NEWS

ଶାହାଙ୍କ ଆଶୁ ଆରୋଗ୍ୟ କାମନା କଲେ ନବୀନ-ଧର୍ମେନ୍ଦ୍ର

ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କରୋନାରେ ସଂକ୍ରମିତ ଜଣାପଡିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତା ପ୍ରକଟ କରିଛନ୍ତି । ଏଥିସହ ତାଙ୍କ ଶୀଘ୍ର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏନେଇ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇ ହସପିଟାଲରେ ଭର୍ତ୍ତି ହୋଇଥିବା ଜାଣି ମୁଁ ଚିନ୍ତିତ । ତାଙ୍କର ଆଶୁ ଆରୋଗ୍ୟ ଓ ଦୀର୍ଘ ଜୀବନ କାମନା କରୁଛି ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅମିତ ଶାହାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଟ୍ଵିଟ କରି ସେ ଲେଖିଛନ୍ତି ଯେ ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଆରୋଗ୍ୟ କରନ୍ତୁ । ଆପଣଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।

ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ଅମିତ ଶାହାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସାରା ଦେଶର ପ୍ରାର୍ଥନା ତାଙ୍କ ପଛରେ ରହିଛି ବୋଲି ସେ ଟ୍ଵିଟ କରି ଲେଖିଛନ୍ତି ।

ଅମିତ ଶାହା କରୋନା ସଂକ୍ରମିତ ହୋଇଥିବା ଆଜି ନିଜେ ଟ୍ଵିଟ କରି ସୂଚନା ଦେଇଥିଲେ । ଟ୍ଵିଟରରେ ସେ ଲେଖିଛନ୍ତି ଯେ କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ସେ ଟେଷ୍ଟ କରିଥିଲେ । ଟେଷ୍ଟରୁ ସେ କରୋନା ପଜିଟିଭ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.