Latest Odisha News

BREAKING NEWS

ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ ଏଥିପାଇଁ ସାମିଲ ହୋଇନଥିଲେ ଅଙ୍କିତା

ମୁମ୍ବାଇ: ବଲିଉଡ ଅଭିନେତା ତଥା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ପୂର୍ବତନ ଗାର୍ଲଫ୍ରେଣ୍ଡ ଅଙ୍କିତା ।

ବିହାର ପୋଲିସ ପକ୍ଷରୁ ଅଙ୍କିତାଙ୍କ ବୟାନ ମଧ୍ୟ ରେକର୍ଡ କରା ଯାଇଛି । ଏହି ଅବସରରେ ସେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ କାହିଁକି ସାମିଲ ହୋଇନଥିଲେ ବୋଲି ପଚରା ଯାଇଥିବା ପ୍ରଶ୍ନର ଏଭଳି ଉତ୍ତର ରଖିଛନ୍ତି ଅଙ୍କିତା ।

ଏକ ଟିଭି ଚ୍ୟାନେଲ୍‌ରେ ଅଙ୍କିତା କହିଛନ୍ତି ଯେ “ମୁଁ ସୁଶାନ୍ତଙ୍କୁ ସେଭଳି ଅବସ୍ଥାରେ ଦେଖି ପାରିନଥାନ୍ତି । ସେଥିପାଇଁ ମୁଁ ଶେଷକୃତ୍ୟରେ ସାମିଲ ନହେବା ପାଇଁ ନିଷ୍ପତ୍ତି ନେଇଥିଲି” । ପରେ ମୁଁ ତାଙ୍କ ପରିବାର ସଦସ୍ୟଙ୍କୁ ଦେଖା କରିବାକୁ ଯାଇଥିଲି । ହେଲେ ସୁଶାନ୍ତଙ୍କ ବାପା ପୂରାପୂରି ଭାଙ୍ଗି ପଡିଥିଲେ ।

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ପୋଲିସ ଏଯାବତ୍ ୪୦ରୁ ଅଧିକ ଲୋକଙ୍କୁ ଜେରା କରିସାରିଛି । ବିହାର ପୋଲିସ ଦ୍ୱାରା ଦାଏର ଏଫଆଇଆରକୁ ଆଧାର କରି ଇଡି ପକ୍ଷରୁ ମନି ଲଣ୍ଡରିଂ ମାମଲା ମଧ୍ୟ ରୁଜୁ ହୋଇଛି ।

ସୂଚନାଯୋଗ୍ୟ, ବଲିଉଡର ଚର୍ଚ୍ଚିତ ତଥା ସଫଳ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଗତ ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ ।

Leave A Reply

Your email address will not be published.