Latest Odisha News

BREAKING NEWS

ରମଜାନ ପାଇଁ ସିଏମସିର କଟକଣା: ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି, ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ବାଧ୍ୟତାମୂଳକ

କଟକ: ଅସନ୍ତାକାଲିଠାରୁ ଆରମ୍ଭ ହେଉଛି ରମଜାନ ମାସ । କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ରମଜାନ ପାଇଁ ସିଏମସିର କଟକଣା ଜାରି କରିଛି । ମସଜିଦରେ ନମାଜ ପାଠ ପାଇଁ ଶହେ ଲୋକଙ୍କୁ ଅନୁମତି ମିଳିବ । ବୟସ୍କ ଲୋକ, ବିଭିନ୍ନ ରୋଗରେ ଆକ୍ରାନ୍ତଙ୍କୁ ନମାଜ ପାଠ ପାଇଁ ଅନୁମତି ଦିଆଯାଇନାହିଁ । ଏହାସହ ମାସ୍କ ବ୍ୟବହାର ସହ ସାମାଜିକ ଦୂରତାକୁ ବାଧ୍ୟତାମୂଳକ ଭାବେ ପାଳନ କରିବାକୁ ସିଏମସି ତାର ଗାଇଡଲାଇନରେ ଦର୍ଶାଇଛି ।

ଖାଲି ସେତିକି ନୁହେଁ ମସଜିଦ ସମ୍ମୁଖରେ ହ୍ୟାଣ୍ଡ ସାନିଟାଇଜର ଓ ଥର୍ମାଲ ସ୍କାନିଂର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେପଟେ ବିଏମସି ମଧ୍ୟ ରମଜାନ ପାଇଁ କଟକଣା ଜାରି କରିଛି । ଖୁବଶୀଘ୍ର ଏନେଇ ଏସଓପି ଜାରି କରାଯିବ । ଶୁକ୍ରବାର ହେବାକୁ ଥିବା ନମାଜ ପାଠ ପାଇଁ ପୂର୍ବରୁ ସ୍ବତନ୍ତ୍ର ରିଲିଫ କମିଶନର ଗାଇଡ଼ଲାଇନ ଜାରି କରିଛନ୍ତି । ଶତକଡା ୫୦ଭାଗ ଲୋକଙ୍କୁ ଅନୁମତି ସହ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି । ବିଏମସି ପକ୍ଷରୁ ଏହାକୁ କଡାକଡି କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.