Latest Odisha News

BREAKING NEWS

Raja Mahotsav:ପ୍ରଥମ ଥର ପାଇଁ ସିଏମସି ପକ୍ଷରୁ ୩ଦିନ ରଜ ମହୋତ୍ସବ ପାଳନ;ମାଗଣା ପିଠାପଣା ସହ ଦୋଳିର ମଜା ନେବେ…

କଟକ:ରାତି ପାହିଲେ ପହିଲି ରଜ । ଚଳିତ ବର୍ଷ ପ୍ରଥମ ଥର ପାଇଁ ସିଏମ୍‌ସି ପକ୍ଷରୁ ତଳ ବାଲିଯାତ୍ରା ପଡ଼ିଆର କଟକ-ଇନ୍-କଟକରେ ତିନି ଦିନ ରଜ ମହୋତ୍ସବ ପାଳନ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସକାଳ ୧୦ଟାରୁ ଆରମ୍ଭ ହୋଇ ରାତି ୮ଟା ପର୍ଯ୍ୟନ୍ତ ରଜ ପର୍ବ ପାଳନ କରାଯିବ। ଚଳିତବର୍ଷ ରଜ ମହୋତ୍ସବ ବେଶ ଧୁମଧାମରେ ପାଳନ ହେବ ବୋଲି କହିଛନ୍ତି କଟକ ମେୟର।

ଏଥିପାଇଁ ୩୦ଟି ଦୋଳି,୬୦ଟି ଷ୍ଟଲ ପଡ଼ିଛି। ତିନି ଦିନ ଯାଏଁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାର ବ୍ୟବସ୍ଥା ହୋଇଛି। ଏଥିସହ ଦର୍ଶକଙ୍କ ପାଇଁ ମାଗଣା ପିଠାପଣାର ବ୍ୟବସ୍ଥା ମଧ୍ୟ କରାଯାଇଛି।

ସିଏମ୍‌ସି ପ୍ରଥମ ଥର ପାଇଁ ଏଭଳି ରଜ ପର୍ବ ପାଳନ କରୁଥିବାରୁ କଟକ ବାସିନ୍ଦା ବେଶ୍ ଖୁସି ।


 

Comments are closed.