Latest Odisha News

BREAKING NEWS

ମାଙ୍କଡଙ୍କ ପ୍ରତିଶୋଧ, ମାରି ସାରିଲେଣି ୨୫୦ରୁ ଅଧିକ କୁକୁର ଛୁଆ

ମୁମ୍ବାଇ: ମହାରାଷ୍ଟ୍ର ବିଡ ଜିଲ୍ଲାର ମାଜଲ ଗ୍ରାମରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହା କି ସହଜରେ ବିଶ୍ୱାସ କରି ହେଉ ନାହିଁ । ମାଜଲଗ୍ରାମର ଲୋକଙ୍କ କହିବା ଅନୁସାରେ ଏଠାରେ ମାଙ୍କଡମାନେ କୁକୁରଙ୍କ ପ୍ରତି ପ୍ରତିଶୋଧ ପରାୟଣ ହୋଇ ପଡିଛନ୍ତି । କୁକୁର ଛୁଆମାନଙ୍କୁ ଧରି ନେଇ ମାଙ୍କଡମାନେ ଛାତ କିମ୍ବା ଗଛ ଉପରୁ ପକାଇ ମାରି ଦେଇଛନ୍ତି । ପାଖପାଖି ୨୫୦ରୁ ଊର୍ଦ୍ଧ୍ୱ ଛୁଆ ସେମାନେ ମାରି ସାରିଲେଣି । ଗ୍ରାମବାସୀ ଯେତେ ଚେଷ୍ଟା କଲେ ମଧ୍ୟ ମାଙ୍କଡମାନେ କୁକୁରଙ୍କୁ ଏଠାରେ ରଖେଇ ଦେଉ ନାହାନ୍ତି ।

BjdElectrycity

ପୂର୍ବରୁ ଗୋଟିଏ ମାଙ୍କଡ ଛୁଆକୁ କୁକୁରମାନେ ମାରିଦେବା ପରେ ସେମାନେ ପ୍ରତିଶୋଧ ପରାୟଣ ହୋଇ ପଡିଛନ୍ତି । ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ବନ ବିଭାଗ କର୍ମଚାରୀ ମାଙ୍କଡ ଧରିବା ପାଇଁ ଆସିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ । ଏହି ଘଟଣା ଏଠାରେ ଚର୍ଚ୍ଚାର କାରଣ ସାଜିଛି ।

Leave A Reply

Your email address will not be published.