Latest Odisha News

BREAKING NEWS

ଚଳିତ ବର୍ଷ କୋଇଲା ପ୍ରେରଣ ସର୍ବମୋଟ୍ ଏକ ଶହ କୋଟି ଟନ୍ ହେବାର ଆଶା କରାଯାଉଛି : କୋଇଲା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ, ଗ୍ରାହକଙ୍କୁ ୧୦୧୨  ନିୟୁତ ଟନ୍ (ଏମଟି) କୋଇଲା ଉତ୍ପାଦନ  ଏବଂ ପଠାଇବା ପାଇଁ ଲକ୍ଷ୍ୟସ୍ଥିର କରିଛି କୋଇଲା ମନ୍ତ୍ରଣାଳୟ । ୧୭ ଅକ୍ଟୋବର୨୦୨୩ ସୁଦ୍ଧା ୫୦୦ ଏମଟି କୋଇଲା ପଠାଇବାରେ ସକ୍ଷମ ହୋଇଛି ମନ୍ତ୍ରଣାଳୟ । ଯାହା ଚଳିତ ବର୍ଷର ରେକର୍ଡ ଉଚ୍ଚ କାର୍ଯ୍ୟଦକ୍ଷତା ବୋଲି କହିଛି କୋଇଲା ମନ୍ତ୍ରଣାଳୟ ।

ବର୍ଷର ପ୍ରଥମାର୍ଦ୍ଧରେ ମୌସୁମି  ଋତୁ ସତ୍ତ୍ବେ ଗତ ୨୦୦ ଦିନରେ ୫୦୦ ଏମଟି କୋଇଲା ପଠାଇବା ଏକ ଉଲ୍ଲେଖନୀୟ ସଫଳତା ଅଟେ ବୋଲି କହିଛି କୋଇଲା ମନ୍ତ୍ରଣାଳୟ ।  ସେହିପରି ବର୍ଷର ଦ୍ବିତୀୟାର୍ଦ୍ଧରେ, ଉତ୍ପାଦନ ଏବଂ ପଠାଇବା ହାର ସାଧାରଣତଃ ବର୍ଷର ପ୍ରଥମାର୍ଦ୍ଧ ଅପେକ୍ଷା ଅଧିକ । ତେଣୁ ଚଳିତ ବର୍ଷ କୋଇଲା ପ୍ରେରଣ ଏକ ବିଲିୟନ ଟନ୍ ରୁ ଅଧିକ ହେବ ବୋଲି ଆଶା କରିଛି ମନ୍ତ୍ରଣାଳୟ ।

୫୦୦ ମେଟ୍ରିକ ଟନ କୋଇଲାରୁ ୪୧୬.୫୭ ମେଟ୍ରିକ ଟନ୍ କୋଇଲା ବିଦ୍ୟୁତ କ୍ଷେତ୍ର ପାଇଁ ଏବଂ ୮୪.୭୭ ମେଟ୍ରିକ ଟନ୍ ଅଣ-ନିୟାମକ କ୍ଷେତ୍ର ପାଇଁ ପଠା ଯାଇଛି । ବିଦ୍ୟୁତ କ୍ଷେତ୍ରରେ କୋଇଲା ପରିବହନରେ ବୃଦ୍ଧି ହାର ବର୍ଷ ପରେ ବର୍ଷ ୭.୨୭ ପ୍ରତିଶତ ରହିଛି ଏବଂ ଅଣ-ନିୟାମକ କ୍ଷେତ୍ରରେ ବର୍ଷ ପରେ ବର୍ଷ ୩୮.୦୨ ପ୍ରତିଶତ ରହିଛି । ୩୧ ମାର୍ଚ୍ଚ, ୨୦୨୩ ସୁଦ୍ଧା ୮୯୩.୧୯ ମିଲିୟନ ଟନ୍ କୋଇଲା ପ୍ରେରଣ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଗତ ଆର୍ଥିକ ବର୍ଷରେ, ୯ ନଭେମ୍ବର୨୦୨୨ ସୁଦ୍ଧା ୫୦୦ ଏମଟି କୋଇଲା ପଠାଇବା ମାଇଲଖୁଣ୍ଟ ହାସଲ କରାଯାଇଛି। ଏହା ସହିତ , ଚଳିତ ବର୍ଷ, ୫୦୦ ଏମଟି ପଠାଇବା ଲକ୍ଷ୍ୟ ୨୩ ଦିନ ପୂର୍ବରୁ ହାସଲ କରାଯାଇଛି । ତେଵେ କୋଇଲା ମନ୍ତ୍ରଣାଳୟର ଏହି ଐତିହାସିକ ଉପଲବ୍ଧିରେ କୋଲ୍ ଇଣ୍ଡିଆ ଲିମିଟେଡ୍‌ (ସିଆଇଏଲ୍), ସିଙ୍ଗାରେନି କୋଲିଏରିଜ୍ କମ୍ପାନୀ ଲିମିଟେଡ୍‌ (ଏସସିସିଏଲ୍‌) ଏବଂ କ୍ୟାପଟିଭ୍/ ବାଣିଜ୍ୟିକ ଖଣିର ମହତ୍ତ୍ବପୂର୍ଣ୍ଣ ଯୋଗଦାନ ରହିଛି ।

 

 

Leave A Reply

Your email address will not be published.