ଭୁବନେଶ୍ୱର: କମୁଛି ପାରଦ, ବଢୁଛି ଥଣ୍ଡା । ଫୁଣି ଥରେ ଫେରିଲା ଶୀତ । ପାଖାପାଖି ଅଧା ଜିଲ୍ଲାରେ ତାପମାତ୍ରା ଖସିବାରେ ଲାଗିଛି । ୧୨ଟି ସହରରେ ପାରଦ ୧୫ ଡିଗ୍ରୀ କିମ୍ୱା ତାଠାରୁ କମ୍ ରେକର୍ଡ କରାଯାଇଛି । ସବୁଠୁ ଥଣ୍ଡା ସହର ପାଲଟିଛି ସୋନପୁର । ସେଠାରେ ୯.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।
କନ୍ଧମାଳ ଜିଲ୍ଲାରେ ଶୀତ ଥରାଇଲାଣି । ଫୁଲବାଣୀ ଓ ଦାରିଙ୍ଗିବାଡ଼ିରେ ୧୦ ଡିଗ୍ରୀ ସେଲସିୟସ୍ ତାମପାତ୍ରା ରେକର୍ଡ କରାଯାଇଛି । ସେହିପରି ଅନୁଗୁଳରେ ୧୨, ଝାରସୁଗୁଡ଼ାରେ ୧୩.୨, ଭବାନୀପାଟଣାରେ ୧୩.୫ ଓ କେନ୍ଦୁଝରରେ ସର୍ବନିମ୍ନ ପାରଦ ୧୩.୬କୁ ଖସିଛି ।
#୧୨ସହରରେ #୧୫ଡ଼ିଗ୍ରୀ କିମ୍ବା ତାଠାରୁ କମ ତାପମାତ୍ରା ରେକର୍ଡ,
୯.୪ଡ଼ିଗ୍ରୀ ସହ ସୋନପୁର ଓଡ଼ିଶାର ଥଣ୍ଡା ସହର #ଫୁଲବାଣୀ ୧୦ #ଦାରିଙ୍ଗବାଡି ୧୦ #ଅନୁଗୁଳ ୧୨ #ଝାରସୁଗୁଡା ୧୩.୨ #ଭବାନୀପାଟଣା ୧୩.୫ #କେନ୍ଦୁଝର ୧୩.୬ #ସୁନ୍ଦରଗଡ ୧୪.୫ #କୋରାପୁଟ ୧୪.୬ #ବାରିପଦା ୧୪.୯ #କଟକ ୧୫ ଏବଂ #ବଲାଙ୍ଗୀର ରେ ୧୫ #ଭୁବନେଶ୍ୱର ୧୬.୨ଡ଼ିଗ୍ରୀ pic.twitter.com/E2kENtMVEA— Meteorological Centre, Bhubaneswar (@mcbbsr) November 29, 2020
ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା ୧୪.୫ ଡିଗ୍ରୀ ସେଲସିୟସ ଥିବା ବେଳେ କୋରାପୁଟରେ ୧୪.୬, ବାରିପଦାରେ ୧୪.୯ ସହ କଟକ ଓ ବଲାଙ୍ଗିରରେ ୧୫ ଡିଗ୍ରୀ ସେଲସିୟସ୍ ଲେଖାଏ ତାପମାତ୍ରା ରେକର୍ଡ କରିଛି ପାଣିପାଗ ବିଭାଗ । ଭୁବନେଶ୍ୱରରେ ରାତିର ତାତି ଥିଲା ୧୬.୨ ଡିଗ୍ରୀ ସେଲସିୟସ୍ ।
Comments are closed.