Latest Odisha News

BREAKING NEWS

ରାଜ୍ୟରେ ଜାରି ରହିଛି ଶୀତ ଲହରୀ, ୧୦ ଡିଗ୍ରୀ ତଳେ ୬ ସହରର ତାପମାତ୍ରା

ଭୁବନେଶ୍ବର: ଆଭ୍ୟନ୍ତରରୁ ଉପକୂଳ ପର୍ଯ୍ୟନ୍ତ ସବୁଠି ଜାରି ରହିଛି ଶୀତଲହରୀ । ଫଳରେ ଜାଡରେ ଥରୁଛନ୍ତି ରାଜ୍ୟବାସୀ । ରାଜ୍ୟରେ ୬ ଟି ସହରରେ ତାପମାତ୍ରା ୧୦ ଡିଗ୍ରୀରୁ ତଳେ ରହିଛି । ଆଉ ଥଣ୍ଡା ସମୟରେ ନିଆଁ ଜାଳି ଉପଶମ ପାଉଛନ୍ତି ଲୋକେ । ଫଳରେ ସ୍ଥାନେ ସ୍ଥାନରେ ଅଧିକ କୁହୁଡି ଅନୁଭୂତ ହେଉଛି । ଲୋ ଭିଜିବିଲିଟି ହେତୁ ଗାଡି ଚଳାଇବାରେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଲୋକେ ।

ସୁନ୍ଦରଗଡ଼ କିରେଇ ଓ କନ୍ଧମାଳ ଜି. ଉଦୟଗିରିରେ ତାପମାତ୍ରା ୮ ଡିଗ୍ରୀ ରେକର୍ଡ କରାଯାଇଛି ଯାହା ସର୍ବନିମ୍ନ ତାପମାତ୍ରା ଅଟେ । ତେବେ ଆଗାମୀ ୪ ରୁ ୫ ଦିନ ଯାଏଁ ଏଭଳି ପାଗ ଲାଗି ରହିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଗତ ୨୪ଘଣ୍ଟା ମଧ୍ୟରେ ପ୍ରମୁଖ ରାତ୍ରି ତାପମାତ୍ରା ଫୁଲବାଣୀରେ ୮ ଡ଼ିଗ୍ରୀ ରେକର୍ଡ କରାଯାଇଥିବାବେଳେ, କିରେଇରେ ୮.୨ ଡ଼ିଗ୍ରୀ ରେକର୍ଡ ହୋଇଛି, ସେହିପରି ଜି.ଉଦୟଗିରି ରେ ୮. ୬ ଡ଼ିଗ୍ରୀ, ରାଉରକେଲା ରେ ୮. ୮ ଡ଼ିଗ୍ରୀ, ଅନୁଗୁଳ ରେ ୯ ଡ଼ିଗ୍ରୀ, ରାଣୀତାଲ ରେ ୯.୪ ଡ଼ିଗ୍ରୀ, ଦାରିଙ୍ଗବାଡି ରେ ୯.୫ ଡ଼ିଗ୍ରୀ, ସୁନ୍ଦରଗଡ଼ରେ ୯.୫ ଡ଼ିଗ୍ରୀ, କେନ୍ଦୁଝର ରେ ୯.୬ ଡ଼ିଗ୍ରୀ, କୋରାପୁଟ ରେ ୯.୬ ଡ଼ିଗ୍ରୀ, ଝାରସୁଗୁଡା ରେ ୯.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Leave A Reply

Your email address will not be published.