Latest Odisha News

BREAKING NEWS

ମୁଣ୍ଡ ନେଉଛି ଝାଡାବାନ୍ତି : ଦିନକୁ ଦିନ ବଢୁଛି ମୃତ୍ୟୁ ସଂଖ୍ୟା, ଆଜି ପୁଣି ଜଣଙ୍କ ମୃତ୍ୟୁ

ରାଉରକେଲା : ରାଉରକେଲା ସହରରେ ବ୍ୟାପୁଛି ଝାଡାବାନ୍ତି  । ଆଜି ଆଉ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକ ଗାନ୍ଧିରୋଡ୍ ଅଞ୍ଚଳର ଅତୁଲ କିଷାନ ବୋଲି ଜଣାପଡ଼ିଛି।  ୩ ଦିନରେ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି । ବର୍ତ୍ତମାନ ୧୧୬ ଜଣ ଆକ୍ରାନ୍ତ ଆଇଜିଏଚରେ ଚିକିତ୍ସିତ ହେଉଛନ୍ତି । କହିବାକୁ ଗଲେ ଦିନକୁ ଦିନ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି  । ଯାହାକୁ ନେଇ ପୁରା ଆତଙ୍କିତ ହୋଇପଡିଛନ୍ତି ସହରବାସୀ । ଗତକାଲି ସୁଦ୍ଧା ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ହେଲେ ଆଜି ପୁଣି ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

କିଛି ଦିନ ହେବ ରାଉରକେଲାରେ ଅଦିନିଆ ବର୍ଷା ଲାଗି ରହିଥିବାରୁ ଦୂଷିତ ପାଣି ପିଇ ଏହି ରୋଗ ବ୍ୟାପିବା ନେଇ ସନ୍ଦେହ କରାଯାଉଛି ।  ରାଉରକେଲା ଉଦିତଗର ସହ ତରକେରା ଅଞ୍ଚଳରେ ଝାଡାବାନ୍ତି ବ୍ୟାପିଥିଲା । ଏଥିରେ ୧୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏବେବି ଅନେକ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ସେପଟେ ଝାଡ଼ାବାନ୍ତିର କାରଣ ଖୋଜୁଛି ସ୍ୱାସ୍ଥ୍ୟ ବିଭାଗ ।

ଝାଡାବାନ୍ତି ନିୟନ୍ତ୍ରଣ କରିବା ପାଇଁ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ୧୨ ଟି ଟିମ ପକ୍ଷରୁ ଔଷଧ ବଣ୍ଟନ କରୁଛନ୍ତି । ରାଉରକେଲା ମହାନଗର ନିଗମ ପକ୍ଷରୁ ୬ଟି ଟିମ୍ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୬ଟି ଟିମ୍ ବିଭିନ୍ନ ଅଞ୍ଚଳ ଗସ୍ତ କରି ଔଷଧ ବଣ୍ଟନ ଓ ପାନୀୟ ଜଳ ପରୀକ୍ଷା କରୁଛନ୍ତି । ଝାଡାବାନ୍ତି ବୃଦ୍ଧି ପାଇବାର ନିର୍ଦ୍ଧିଷ୍ଟ କାରଣ କଣ ଅନୁସନ୍ଧାନ କରାଯାଉଥିବା ବେଳେ, ପାନୀୟ ଜଳ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ଏହାସହ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଖାଦ୍ୟ ନମୁନା ମଧ୍ୟ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି ।

Leave A Reply

Your email address will not be published.