Latest Odisha News

BREAKING NEWS

ବାଲେଶ୍ୱର ଜିଲ୍ଲା ମଥାନୀରେ ବଢୁଛି ଜଳକା ଜଳସ୍ତର

ବାଲେଶ୍ୱର: ଉପରମୁଣ୍ଡରେ ଲଗାଣ ବର୍ଷା ରେ ବଢୁଛି ଜଳକା ନଦୀର ଜଳସ୍ତର । ବାଲେଶ୍ୱର ଜିଲ୍ଲା ବସ୍ତା ଅନ୍ତର୍ଗତ ମଥାନୀଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଆଜି ମଥାନୀଠାରେ ଜଳକାର ଜଳସ୍ତର ରହିଛି ୬.୩୦ ମିଟର । ଏଠାରେ ବିପଦ ସଙ୍କେତ ସ୍ତର ରହିଛି ୫.୫୦ ମିଟର । ଗତକାଲିଠାରୁ ମଥାନୀଠାରେ ଜଳକା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

ଜଳକା ନଦୀ ଫୁଲିଥିବାରୁ ବାଲେଶ୍ୱର ସଦର ଓ ବସ୍ତା ବ୍ଲକର ବହୁ ତଳି ଅଞ୍ଚଳ ଜଳମଗ୍ନ ହୋଇଛି । ବିଭିନ୍ନ ପଞ୍ଚାୟତରେ ପଶିଛି ଜଳକା ନଦୀର ପାଣି । ଲୋକଙ୍କ ଘରେ ପାଣି ପଶିଛି । ଦୁଇଟି ବ୍ଲକର ପାଖାପାଖି ୫୦ରୁ ଅଧିକ ଗାଁ ପ୍ରଭାବିତ ହେବା ଆଶଙ୍କା ରହିଛି । ସ୍ଥିତି ଉପରେ ନଜର ରଖିଛି ବାଲେଶ୍ୱର ଜିଲ୍ଲା ପ୍ରଶାସନ ।

Leave A Reply

Your email address will not be published.