Latest Odisha News

BREAKING NEWS

ଗଞ୍ଜାମରେ କଲେଜ ଛାତ୍ରୀଙ୍କୁ ହତ୍ୟା, ଅଭିଯୁକ୍ତର ଆତ୍ମସମର୍ପଣ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଜରଦା ଥାନା ଅନ୍ତର୍ଗତ ଖରିଆଗୁଡା ପଞ୍ଚାୟତ ନିକଟବର୍ତ୍ତି ଏକ ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ ଏକ ଯୁବକ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ।

ମୃତକ ଜଣଙ୍କ ଭବାନୀ ବେହେରା ଓ ସେ ପୁରୀର ବାସିନ୍ଦା ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ଭବାନୀ ନିଜ ସମ୍ପର୍କୀୟଙ୍କ ଘରେ ରହି ପଢୁଥିବାବେଳେ ଗତ ଦୁଇଦିନ ହେବ ସେ ନିଖୋଜ ଥିବା ନେଇ ପରିବାର ପକ୍ଷରୁ ସ୍ଥାନୀୟ ଥାନରେ ଏକ ଅଭିଯୋଗ କରାଯାଇଥିଲା ।

ଅନ୍ୟପକ୍ଷରେ ହତ୍ୟାକାରୀ ଯୁବକ ଗୌତମ ପ୍ରଧାନ ନିଜ ଦୋଷ ସ୍ୱୀକାର କରିବା ସହ ଥାନରେ ଆତ୍ମସମର୍ପଣ କରିଛି । ଆହୁରି ମଧ୍ୟ ସେ ଉକ୍ତ ଯୁବତୀଙ୍କୁ ହତ୍ୟା କରିବା ସହ ମୃତଦେହକୁ ସ୍ଥାନୀୟ କେଶପୁର ଅଞ୍ଚଳର ଏକ ପରିତ୍ୟକ୍ତ କୂଅ ନିକଟରେ ଫିଙ୍ଗିଦେଇଥିଲା ବୋଲି କହିଛି ।

ପୋଲିସ ସୁତ୍ରରୁ ପ୍ରକାଶ ଯେ ମୃତ ଯୁବତୀ ଜଣଙ୍କ ବିବାହ କରିବା ପାଇଁ ଗୌତମଙ୍କୁ ବାଧ୍ୟ କରୁଥିବାରୁ ଏଭଳି କାଣ୍ଡ ଘଟିଛି ।

Leave A Reply

Your email address will not be published.