Latest Odisha News

BREAKING NEWS

ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ନେତା ଡ଼ମ୍ବରୁଧର ମାଝି ବିଜେପିରେ ମିଶିଲେ

ଭୁବନେଶ୍ୱର: ନବରଙ୍ଗପୁରର ପୂର୍ବତନ ବିଜେଡ଼ି ନେତା ତଥା ପ୍ରାକ୍ତନ ମନ୍ତ୍ରୀ ଡ଼ମ୍ବରୁଧର ମାଝୀ ସୋମବାର ଦିନ ବିଜେପିରେ ଯୋଗଦାନ କରିଛନ୍ତି ।

ମିଳିଥିବା ସୂଚନାନୁସାରେ, ନବରଙ୍ଗପୁର ଜିଲ୍ଲା ସଉରାସାହି କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ଏକ ଉତ୍ସବରେ ତାଙ୍କର ଅନେକ ସମର୍ଥକଙ୍କ ସହିତ ଭାରତୀୟ ଜନତା ପାର୍ଟିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି ।

ଏହି ଉତ୍ସବରେ ଉପସ୍ଥିତ ଥିବା ଜିଲ୍ଲା ବିଜେପି ସଭାପତି ଗୋବିନ୍ଦ ଜୈନ ଏବଂ ପୂର୍ବତନ ଏମପି ପର୍ଶୁରାମ ମାଝୀ ତାଙ୍କୁ ସମ୍ବର୍ଦ୍ଦିତ କରିବା ସହିତ ଦଳକୁ ସ୍ୱାଗତ କରିଥିଲେ ।

ବିଜେପିରେ ଯୋଗଦାନ ସମ୍ପର୍କରେ ଗଣମାଧ୍ୟମକୁ ସୂଚନାଦେଇ ଶ୍ରୀଯୁକ୍ତ ମାଝୀ କହିଛନ୍ତି, ୨୦୦୯ ନିର୍ବାଚନରେ ସେ ପରାଜିତ ହେବାପରେ ତାଙ୍କୁ ବିଜେଡ଼ିରେ ବିଶେଷ ଗୁରୁତ୍ୱ ଦିଆଯାଉନଥିଲା ତେଣୁ ସେ ବିଜେଡ଼ି ଛାଡ଼ି ବିଜେପିରେ ଯୋଗଦାନ କରିଛନ୍ତି ।

ବାଲେଶ୍ୱର ଜିଲ୍ଲା ସିମୁଳିଆରେ ଦୁଇଦିନ ପୂର୍ବରୁ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ତାଙ୍କର ଶତାଧିକ ସମର୍ଥକଙ୍କ ସହିତ ବିଜେପିରେ ଯୋଗଦାନ କରିଥିଲେ ।

ସେ ତାଙ୍କର ସମର୍ଥକମାନଙ୍କ ସହିତ ଆସି ଖଇରାରେ ଅନୁଷ୍ଠିତ ଏକ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.