Latest Odisha News

BREAKING NEWS

କଟକ ଏସସିବି ସମ୍ପ୍ରସାରଣ: ବସ୍ତି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

କଟକ: କଟକର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ସମ୍ପ୍ରସାରଣ ପାଇଁ ଆଜିଠାରୁ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଚୂନ ଭାଟି, ରାଣୀହାଟ, ମଙ୍ଗଳା ବସ୍ତି, ତାଳଦଣ୍ଡା କେନାଲ ବସ୍ତିର ଉଚ୍ଛେଦ ହେଉଛି । ମୋଟ ୯୫ଟି ବସ୍ତି ଘର ଉଚ୍ଛେଦ ନେଇ ଭଙ୍ଗାକାର୍ଯ୍ୟ ଆରମ୍ଭ ହୋଇଯାଇଛି । ସିଏମସି ଓ କଟକ ଜିଲ୍ଲା ପ୍ରଶାସନଙ୍କ ଉପସ୍ଥିତିରେ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି ।

ଉଚ୍ଛେଦ ପ୍ରକ୍ରିୟାରେ ପ୍ରଭାବିତ ଲୋକଙ୍କ ପାଇଁ ଜଗତପୁର ନିମପୁରରେ ଥଇଥାନ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଏସସିବି ସମ୍ପ୍ରସାରଣ ପାଇଁ ଦୋକାନ, ଘର, ମନ୍ଦିର, କ୍ଲବ ଆଦି ଉଚ୍ଛେଦ କରାଯାଇଥିଲା ।

Leave A Reply

Your email address will not be published.