Latest Odisha News

ବ୍ୟାସକବି ଫକୀରମୋହନଙ୍କ ଆତ୍ମଜୀବନୀ ପ୍ରକାଶନ ଉପରେ ରୋକ ଲଗାଇଲେ କୋର୍ଟ

କଟକ : ବ୍ୟାସକବି ଫକୀରମୋହନଙ୍କ ଆତ୍ମଜୀବନୀ ପ୍ରକାଶନ ଉପରେ କୋର୍ଟଙ୍କ ଶୁଣାଣୀ । ଫକୀରମୋହନଙ୍କ ଆତ୍ମଜୀବନୀ ପ୍ରକାଶନ ଉପରେ ରୋକ ଲଗାଇଛନ୍ତି କୋର୍ଟ । ମାମଲାର ରାୟ ନ ଆସିବା ପର୍ଯ୍ୟନ୍ତ ଆତ୍ମଜୀବନୀ ପ୍ରକାଶ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କଟକର କମର୍ସିଆଲ କୋର୍ଟ ।

BjdElectrycity

ଫକୀରମୋହନଙ୍କ ଆତ୍ମଜୀବନୀ ପ୍ରକାଶ ନକରିବାକୁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବ୍ୟାସକବିଙ୍କ ଅଣ ନାତୁଣୀ ଡକ୍ଟର ମିନାକ୍ଷୀ ଦତ୍ତ । ବ୍ୟାସ କବିଙ୍କ ଦ୍ବାରା ନିଜର ଆତ୍ମ ଜୀବନୀ ମୋ ଜୀବନୀ ଭାବେ ଲିଖିତ ହୋଇ ରହିଛି । ଏହାକୁ ଡିଜିଟାଲ ଫର୍ମାଟିଂ କରିବା ସହ ଆତ୍ମଜୀବନୀ ପ୍ରକାଶନ କରିବା ପାଇଁ ଜଣେ ବିଶିଷ୍ଟ ବ୍ୟକ୍ତି ଆଗେଇ ଆସିଥିଲେ । ବ୍ୟାସକବିଙ୍କ ଉତ୍ତରାଧିକାରୀ ଭାବେ ମିନାକ୍ଷୀ ଦତ୍ତଙ୍କ ସହ ଏକ ଚୁକ୍ତିନାମା ମଧ୍ୟ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ କିଏ ପ୍ରକାଶକ ସେ ସମ୍ପର୍କରେ ମିନାକ୍ଷୀ ଦତ୍ତଙ୍କୁ ଅବଗତ କରାଯାଇ ନଥିଲା । ତେଣୁ କଟକ ସିନିୟର ଡିଭିଜନ କମର୍ସିଆଲ ସେସନ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମିନାକ୍ଷୀ ଦତ୍ତ । ମାମଲାର ଶୁଣାଣି କରି ଚୂଡାନ୍ତ ରାୟ ନ ଆସିବା ପର୍ଯ୍ୟନ୍ତ ଆତ୍ମଜୀବନୀ ପ୍ରକାଶନ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Leave A Reply

Your email address will not be published.