Latest Odisha News

BREAKING NEWS

ରାଉରକେଲା ବିମାନବନ୍ଦରରୁ ଖୁବଶୀଘ୍ର ଉଡ଼ାଣ, ସ୍ଥିତି ଅନୁଧ୍ୟାନ କଲା ଏଏଆଇ ଟିମ୍

ରାଉରକେଲା: ଭୁବନେଶ୍ୱର ଓ ଝାରସୁଗୁଡ଼ା ପରେ ଖୁବଶୀଘ୍ର ରାଉରକେଲାରୁ ଦେଶର ବିଭିନ୍ନ ସହରକୁ ଆରମ୍ଭ ହୋଇପାରେ ଦୈନିକ ବିମାନ ସେବା । ୭୦ ଆସନ ବିଶିଷ୍ଟ ଘରୋଇ ବିମାନ ଉଡ଼ିପାରେ କ୍ଷ ଆଜି ଏୟାର ଅଥରିଟି ଅଫ ଇଣ୍ଡିଆ ବା ଏଏଆଇର ଦୁଇ ଜଣିଆ ଟିମ୍ ରାଉରକେଲାରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ତାଙ୍କ ସହ ଥିଲେ ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଆଲାଏନ୍ସ ଏୟାର ଅଧିକାରୀ ।

ଟିମର ଅଧିକାରୀମାନେ ବିମାନବନ୍ଦରର ଆନୁସଙ୍ଗିକ ବ୍ୟବସ୍ଥା ଓ ଅନ୍ୟାନ୍ୟ ସ୍ଥିତିର ଅନୁଧ୍ୟାନ କରିଥିଲେ କ୍ଷ ଆବଶ୍ୟକୀୟ ଭିତ୍ତିଭୂମି ଓ ବୈଷୟିକ ଦିଗର ଅନୁଧ୍ୟାନ କରିଛି ଟିମ୍ । ରାଉରକେଲାରୁ ଖୁବଶୀଘ୍ର ୭୦ ଆସନ ବିଶିଷ୍ଟ ଘରୋଇ ବିମାନ ଉଡ଼ାଣ ଭରିବା ଆଶା କରାଯାଉଛି ।

ଆଜି ମିଳିତ ଭାବେ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ, ବିମାନ ଚଳାଇବାକୁ ଥିବା କମ୍ପାନୀ (ଆଲିଆନ୍ସ ଏୟାର), ଏହାର ଟେକ୍ନିକାଲ ଟିମ୍ ଓ ପାଇଲଟ୍, ଭାରତୀୟ ଇସ୍ପାତ କର୍ତ୍ତୃପକ୍ଷଙ୍କ ସମେତ ସୁନ୍ଦରଗଡ଼ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ପ୍ରମୁଖ ରାଉରକେଲା ବନ୍ଦରକୁ ଯାଇ ତାର ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Leave A Reply

Your email address will not be published.